ମାମୁଁଘର ଗାଁରେ ଫାଶୀ ଲଗାଇ ଭଣଜାର ଆତ୍ମହତ୍ୟା

ପାଟଣା : ଘଟଗାଁ ଥାନା ଅନ୍ତର୍ଗତ କାଶିବେଡା ଗାଁରେ ଗଛରେ ଦଉଡି ଦେଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଜଣକ ପଣ୍ଡାପଡା ଥାନା ଡେଙ୍ଗଣା ଗ୍ରାମର କାଲିଚରଣ ନାଏକ ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, କାଳିଚରଣ ଘଟଗାଁ ବ୍ଳକ ଅନ୍ତର୍ଗତ କାଶିବେଡା ଗ୍ରାମରେ ତାଙ୍କ ମାମୁଁଘରେ ଛୋଟ ବେଳୁ ରହି ଆସୁଥିଲେ। ତେବେ ଆଜି ସକାଳେ ସେ ଗ୍ରାମର ପୋଖରୀକୁ ଶୌଚ ହେବାକୁ ଯାଇ ପୋଖରୀ ନିକଟ ଏକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଈଶ୍ୱର ଚନ୍ଦ୍ର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଟଣା ପଠାଇଛନ୍ତି।

Comments are closed.