ଏହି ଅବସ୍ଥାରେ ପିଅନ୍ତୁ ନାହିଁ ଆଖୁ ରସ : ପଡ଼ିପାରେ ମହଙ୍ଗା

0

ଆଖୁ ରସ ସ୍ୱାଦିଷ୍ଟ ହେବା ସହ ଶରୀର ପାଇଁ ମଧ୍ୟ ଖୁବ୍‍ ଉପକାରୀ ହୋଇଥାଏ। ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍, ମାଗ୍ନେସିୟମ ଓ ଫସଫରସ ଭଳି ଆବଶ୍ୟକୀୟ ପୋଷଣକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି। ହେଲେ କେତେକ କ୍ଷେତ୍ରରେ ଏହା ବିପରୀତ ଫଳ ଦେଇଥାଏ। ଅର୍ଥାତ୍‍ କେତେକ ଅବସ୍ଥାରେ ଆଖୁ ରସ ପିଇବା ବର୍ଜନୀୟ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଅବସ୍ଥାରେ ଆଖୁ ରସ ପିଇବା ଉଚିତ ନୁହେଁ –

• ଯଦି ଆପଣଙ୍କର ଓଜନ ଅଧିକ ହୋଇଥାଏ, ତେବେ ଆଖୁରସ ପିଇବା ଅନୁଚିତ। କାରଣ ଏଥିରେ ଅଧିକ ମାତ୍ରାରେ କ୍ୟାଲୋରି ଓ ସୁଗାର୍ ଥାଏ, ଯାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ।

• ଯଦି ଆପଣଙ୍କୁ କାଶ ହେଉଛି, ତେବେ ଆଖୁ ରସ ପିଇବା ଉଚିତ୍ ନୁହେଁ। ଏଭଳି ସମୟରେ ତାହା ପାନ କଲେ ଶରୀରରେ କଫ ସମସ୍ୟା ଦେଖା ଦେଇଥାଏ ।

• ପେଟ ଯନ୍ତ୍ରଣା ହେଉଥିଲେ ବା କାଟୁଥିଲେ ଆଖୁରସ ପିଇବା ଅନୁଚିତ ।

Leave A Reply