ହିତକାରୀ ଫଳ ଆତ

ପାଟିକୁ ସୁଆଦ ଲାଗୁଥିଲେ ଆତ ଶରୀର ପାଇଁ ମଧ୍ୟ ହିତକାରକ । ଆତ ଖାଇବା ଦ୍ୱାରା ଅନେକ ରୋଗରୁ ଉପଶମ ମିଳିଥାଏ । ଆତରେ ଥିବା ଭିଟାମିନ-ଇ ଏବଂ ସି ଦୃଷ୍ଟିଶକ୍ତି ବୃଦ୍ଧିରେ ସାହାଯ୍ୟ କରିଥାଏ । ଆତରେ ଫାଇବର ଥିବାରୁ ଏହା ପାଚନ କ୍ରିୟାକୁ ସଠିକ କରିଥାଏ ।

ଆତରେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ରହିଥାଏ । ଆତରେ ଅଧିକ ମାତ୍ରାରେ ଭିଟାମିନ୍-୬ ମଧ୍ୟ ରହିଛି । କେବଳ ସେତିକି ନୁହେଁ, ଆତ ଗଛର ପତ୍ରରୁ ୟୁନାନି ଔଷଧ ତିଆରି ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି ।

ଆତରେ ଥିବା କପର ଓ ଆଇରନ ଗର୍ଭବତୀ ମହିଳା ଓ ପିଲା ପାଇଁ ବହୁତ ଉପକାରୀ ଅଟେ । ଗର୍ଭବତୀ ମହିଳା ଏହାକୁ ଖାଇବା ଦ୍ୱାରା ଗର୍ଭାବସ୍ଥା ସମୟରେ ହେଉଥିବା ଅସୁବିଧା କିଛି ମାତ୍ରାରେ ଦୂର ହୋଇଥାଏ । ରକ୍ତଭାବ ମଧ୍ୟ ଦୂର କରିବାରେ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ, ଡ଼ାଇବେଟିସ୍ ରୋଗୀମାନଙ୍କ ପାଇଁ ଆତ ଲାଭଦାୟକ ବୋଲି ବିଶେଷଜ୍ଞଙ୍କ ମତ ।

Comments are closed.