ଆତର ଉପକାରୀ ଗୁଣ

ବିଭିନ୍ନ ଫଳରେ ଭିନ୍ନ ଭିନ୍ନ ପ୍ରକାରର ପୋଷକ ତତ୍ତ୍ବ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୁଏ। ସେହି ଉପକାରୀ ଫଳ ମଧ୍ୟରୁ ଆତ ହେଉଛି ଅନ୍ୟତମ। ଆତ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ। ଏଥିରେ ଥିବା କ୍ୟାଲସିୟମ, ମାଗ୍ନେସିୟମ, ପୋଟାସିୟମ, ଆଇରନ, ଭିଟାମିନ ଶରୀରକୁ ସୁସ୍ଥ ରଖିଥାଏ। ତେବେ ଆସନ୍ତୁ ଜାଣିବା ଆତର ଉପକାରୀ ଗୁଣ ବିଷୟରେ….
ଆତ ଖାଇବା ଦ୍ବାରା ହଜମ କ୍ରିୟା ସଠିକ୍ ରହିଥାଏ।
ଏହା ସ୍ନାୟୁକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
ହାଡ଼କୁ ମଧ୍ୟ ଶକ୍ତ ରଖିଥାଏ।
ଏହାକୁ ନିୟମିତ ଖାଇବା ଦ୍ୱାରା ମୁହଁ ମଧ୍ୟ ଉଜ୍ଜଳ ଦେଖା ଯାଇଥାଏ।
ଏହା କେଶ ବଢାଇବାରେ ସହାୟକ ହୋଇଥାଏ।
ଏହା ସ୍ମରଣ ଶକ୍ତି ଓ ଏକାଗ୍ରତା ବଢାଇଥାଏ।
ନିୟମିତ ଆତ ଖାଇବା ଦ୍ବାରା ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ।
ଶ୍ୱାସରୋଗକୁ ନିୟନ୍ତ୍ରଣ କରିବା ପାଇଁ ଆତ ଖାଇବା ଜରୁରୀ।
ହୃଦରୋଗ ମଧ୍ୟ ନିୟନ୍ତ୍ରିତ ରହିଥାଏ।
ଗର୍ଭବତୀ ମହିଳା ଓ ଗର୍ଭସ୍ତ ଶିଶୁ ପାଇଁ ଆତ ଖୁବ୍ ଉପଯୋଗୀ।
ଏହା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
ରକ୍ତହୀନତା ମଧ୍ୟ ଦୂର ହୋଇଥାଏ।
ପ୍ରତିଦିନ ଆତ ଖାଇବା ଦ୍ୱାର ରକ୍ତଚାପ ଓ ମଧୁମେୟ ରୋଗ ନିୟନ୍ତ୍ରିତ ହୋଇଥାଏ।

Comments are closed.