ସୁଡୁରୁକୁମ୍ଫା ସରପଂଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦାବି

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ସୁଡ୍ରୁକୁମ୍ପା ସରପଂଚଙ୍କ ମନମୁଖୀ କାର୍ଯ୍ୟକଳାପ ତଥା ଦୁର୍ନୀତି ପାଇଁ ଆଜି ଅଭିଯୋଗ କରି ଉକ୍ତ ପଂଚାୟତର ନାଏବ ସରପଂଚଙ୍କ ସମେତ ୧୫ ଜଣ ୱାର୍ଡ ସଭ୍ୟ, ସଭ୍ୟା ସରପଂଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦାବି କରିଛନ୍ତି। ଏନେଇ ଆଜି ଉପଜିଲ୍ଲାପାଳଙ୍କ ଠାରେ  ଏକ ଲିଖିତ ଦାବି କରାଯାଇଛି। ଏଥିରେ ଅଭିଯୋଗ କରାଯାଇଛି ଯେ ସରପଂଚ କୌଣସି ୱାର୍ଡ ସଭ୍ୟ, ସଭ୍ୟାମାନଙ୍କ ମତାମତ ନନେଇ ମନଇଛା ଅପଂଚାୟତକୁ ଆସୁଥିବା ଆର୍ଥିକ ଅନୁଦାନ ଖର୍ଚ୍ଚ କରିବା ସହ ଅର୍ଥ ଆତ୍ମସାତ କରୁଛନ୍ତି। ଏନେଇ ବହୁ ବାର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରାଯାଇଛି। ଏପରିକି ସମୁହ ଇସ୍ତଫା ପ୍ରଦାନ ମଧ୍ୟ କରାଯାଇଛି ଯାହାକୁ ଗ୍ରହଣ କରାଯାଇ ନାହିଁ। ତେଣୁ ତୁରନ୍ତ ସରପଂଚଙ୍କ ବିରୋଧରେ ଆନାସ୍ଥା ପ୍ରସ୍ତାବ ଆଗତ ପାଇଁ ଦାବି କରାଯାଇଛି।

Comments are closed.