ସୁଦିର୍‍ମାନ କପ୍‍ ବ୍ୟାଡ୍‍ମିଣ୍ଟନ ଚାମ୍ପିୟନ୍‍ସିପ୍‍ : ସିନ୍ଧୁ ଓ ସାଇନାଙ୍କ ଉପରେ ଭାରତର ଆଶା

ନାନିଙ୍ଗ୍‍ : ସୁଦିର୍‍ମାନ କପ୍‍ ବ୍ୟାଡ୍‍ମିଣ୍ଟନ ଚାମ୍ପିୟନ୍‍ସିପ୍‍ ରବିବାର ଠାରୁ ଚୀନ୍‍ର ନାନିଙ୍ଗ୍‍ଠାରେ ଆରମ୍ଭ ହୋଇଛି । ଭାରତର ପି.ଭି. ସିନ୍ଧୁ ଓ ସାଇନା ନେହୱାଲ୍‍ ଆୟୋଜକ ଚୀନ୍‍ ଓ ମାଲେସିଆ ଦଳ ସହ ’ଗ୍ରୁପ୍‍ ୱାନ୍‍-ଡି’ ରେ ଅଛନ୍ତି ।

ଭାରତ ତା’ର ପ୍ରଥମ ମ୍ୟାଚ୍‍ ମଙ୍ଗଳବାର ଦିନ ମାଲେସିଆ ବିପକ୍ଷରେ ଏବଂ ବୁଧବାର ଦିନ ଚୀନ୍‍ ବିପକ୍ଷରେ ଖେଳିବ। ଏହି ପ୍ରତିଯୋଗିତାରେ ୧୨ଟି ଦଳ ଚାରି ଗ୍ରୁପରେ ବିଭକ୍ତ ହୋଇ ଖେଳିବେ। ପ୍ରତ୍ୟେକ ଗ୍ରୁପ୍‍ର ଦୁଇ ଜଣ ଶ୍ରେଷ୍ଠ ଖେଳାଳୀ କ୍ୱାର୍ଟର ଫାଇନାଲରେ ଖେଳିବେ । ଭାରତ ଏହି ଟୁର୍ଣ୍ଣାମେଣ୍ଟରେ କେବେ ବି ପଦକ ହାସିଲ କରି ନାହିଁ । ୨୦୧୧ ଏବଂ ୨୦୧୭ ମସିହାରେ ଭାରତ କ୍ୱାର୍ଟର୍‍ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଶେଷ ଆଠ ପର୍ଯ୍ୟାୟ ଅତିକ୍ରମ କରିବାରେ ବିଫଳ ହୋଇଥିଲା। ଦକ୍ଷିଣ କୋରିଆ ଗତବର୍ଷର ଚାମ୍ପିୟନ୍‍ ରହିଥିଲା।

Comments are closed.