ଇନଫୋସିସ୍ ଫାଉଣ୍ଡେସନର ସୁଧା ମୂର୍ତ୍ତୀ ବନ୍ୟା ପୀଡିତଙ୍କ ପାଇଁ ରିଲଫ୍ ସାମଗ୍ରୀ ପ୍ୟାକ କରିବା ଭିଡିଓ ଭାଇରାଲ୍

0

ବେଙ୍ଗାଲୁର.- ଇନଫୋସିସ୍ର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀଙ୍କର ପତ୍ନୀ ସୁଧା ମୂର୍ତ୍ତୀ ତାଙ୍କର ସରଳତା ଓ ସମାଜ ସେବା ପାଇଁ ବେଶ୍ ପରିଚିତ । ଏବେ କର୍ଣ୍ଣାଟକର କୋଡାଗୁ ଅଞ୍ଚଳରେ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ବନ୍ୟା ପୀଡିତଙ୍କ ପାଇଁ ଇନଫୋସିସ୍ ଫାଉଣ୍ଡେସନ ପକ୍ଷରୁ ବିଭିନନ୍ନ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ବନ୍ୟା ପୀଡିତଙ୍କ ପାଇଁ ରିଲଫ ସମାଗ୍ରୀ ପ୍ୟାକ କରୁଥିବା ସମୟର ସୁଧା ମୂର୍ତ୍ତୀଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି ।
ସେ ରିଲିଫ କାର୍ଯ୍ୟର ତଦାରଖ କରିବା ସହ , ରିଲଫ ସାମଗ୍ରୀ ପ୍ୟାକ କରୁଥିବା ଲୋକଙ୍କୁ ସାହାଯ୍ୟ କରିବା ଓ ନିଜେ ପ୍ୟାକ କରୁଥିବାର ଦୃଶ୍ୟ ଏହି ଭିଡିଓରେ ରହିଛି । ଏହି ଭିଡିଓକୁ କେନ୍ଦ୍ର ମନ୍ତ୍ରୀ ସଦାନନ୍ଦ ଗୌଡ ବି ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

Leave A Reply