କରୋନା ମାମଲାରେ ଆକସ୍ମିକ ବୃଦ୍ଧି ; ଦେଶ ଗୋଷ୍ଠୀ ସଂକ୍ରମଣର ପ୍ରଥମ ପର୍ୟ୍ୟାୟରେ !

ସମସ୍ତଙ୍କୁ କରୋନା ହେବ ପ୍ରସ୍ତୁତ ରୁହ !

ନୂଆଦିଲ୍ଲୀ : କରୋନା ମାମଲାରେ ହଠାତ୍ ବୃଦ୍ଧି ଉପରେ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ଦେଶରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଛି । କିନ୍ତୁ ବର୍ତ୍ତମାନ ଏହାର ଗତି ଧୀର, ତେବେ ଅଧିକ ଦୋକାନ ବଜାର ଖୋଲିବା ସହ ଲୋକଙ୍କ ଗତିବିଧି ବୃଦ୍ଧି ପାଇବା ସହିତ କରୋନା ମାମଲା ବୃଦ୍ଧି ପାଇବ । କିନ୍ତୁ ଭାରତର ସଫଳତା ହେଉଛି ସଂକ୍ରମଣ ହାର ଅପେକ୍ଷାକୃତ ଧୀର, ତେଣୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଭିତ୍ତିଭୂମି ଏହାର ବୋଝ ବହନ କରିବା  ସ୍ଥିତିରେ ରହୁ ଏବଂ ପ୍ରତ୍ୟେକ ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସାସେବା ମିଳିପାରୁ ।
ତେବେ ଦେଶରେ ଗୋଷ୍ଠୀ ସଂକ୍ରମଣ ନେଇ କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାର ଏପର୍ୟ୍ୟନ୍ତ ସହମତ ହୋଇନାହାଁନ୍ତି ।
ପ୍ରାଇମସ୍ ହସ୍ପିଟାଲର ଭେଷଜ ବିଭାଗର ମୁଖ୍ୟ ଡାକ୍ତର ଅନୁରାଗ ସାକ୍ସେନା କହିଛନ୍ତି ଯେ ଦେଶରେ କରୋନା ମାମଲାର ଯେପରି ବୃଦ୍ଧି ଘଟୁଛି, ଏହାକୁ ଗୋଷ୍ଠୀ ସଂକ୍ରମଣର ପ୍ରଥମ ପର୍ୟ୍ୟାୟ ଭାବରେ ବିବେଚନା କରାଯାଇପାରେ ।
ସଂକ୍ରମଣର ହାର କେତେ ଶୀଘ୍ର ବ୍ୟାପୁଛି, ତାହା କେବଳ କୋଭିଡ ରୋଗୀଙ୍କ କେସ୍ ହିଷ୍ଟ୍ରିକୁ ବିଚାର କରିବା ପରେ ନିର୍ଣ୍ଣୟ କରାଯାଇପାରିବ । ଏହି କାର୍ଯ୍ୟ କେବଳ ସରକାରୀ ସ୍ତରରେ କରାଯାଇପାରିବ ।
କିନ୍ତୁ ଯେପରି ଭାବେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ହେଉଛି, ତାହାଦ୍ବାରା କରୋନାର ପ୍ରକୃତ କାରଣ ଜଣା ପଡୁନାହିଁ । ତେବେ ଏହାକୁ ଗୋଷ୍ଠୀ ସଂକ୍ରମଣର ଏକ ଲକ୍ଷଣ ଭାବେ ବିବେଚନା କରାଯାଇପାରିବ ।

ସମସ୍ତଙ୍କୁ କରୋନା ହେବ ପ୍ରସ୍ତୁତ ରୁହ !

ଡଃ ସାକ୍ସେନାଙ୍କ ଅନୁସାରେ,ପ୍ରକୃତରେ ଆମେ ସମସ୍ତେ ପ୍ରସ୍ତୁତ ହୋଇ ରହିବା ଦରକାର ଯେ ଆମ ସମସ୍ତଙ୍କୁ ବିଳମ୍ବରେ ହେଲେ ମଧ୍ୟ ଅବଶ୍ୟ କରୋନା ହେବ । ଯାହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ବିକାଶ ଘଟାଇବ, ଏବଂ ଭବିଷ୍ୟତରେ କରୋନା ରୋଗରୁ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବ । କିନ୍ତୁ ଏହାର ଆକ୍ରାନ୍ତ ହାର ମନ୍ଥର ରହୁ ଏବଂ ପ୍ରତ୍ୟେକ ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସା ସୁବିଧା ମିଳୁ, ଏହା ଆମ ପାଇଁ ଏକ ବଡ଼ ସଫଳତା ହେବ।

ଲକଡାଉନ୍ ଜାରି ରହିଲେ ମଧ୍ୟ କରୋନା ମାମଲାରେ ଅବଶ୍ୟ ବୃଦ୍ଧି ଘଟିବ । ତେବେ ଏହି ଗତି ଅପେକ୍ଷାକୃତ ଧୀର ହେବ । କିନ୍ତୁ ଏହାର ଅନ୍ୟ ଅସୁବିଧା ଅର୍ଥନୀତିରେ ଦେଖିବାକୁ ମିଳୁଥିଲା, ସେଥିରୁ ରକ୍ଷା ପାଇବା ଯେତିକି ଆବଶ୍ୟକ ଥିଲା, କରୋନା ସଂକ୍ରମଣରୁ ଦୂରେଇ ରହିବା ସେତିକି ଗୁରୁତ୍ୱପୂର୍ଣ୍ଣ ଥିଲା ।

Comments are closed.