ଦୀଘାଠାରୁ ୬୫ କିଲୋମିଟର ଦୂରରେ ଅମ୍ପନ ; ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଜାରି

ସମାଜ ପୋର୍ଟାଲ ଡେସ୍କ : ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଅମ୍ପନ ଏବେ ଦୀଘାଠାରୁ ୬୫ କିଲୋମିଟର ଦୂର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ରହିଛି । ଏହାର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଦିନ ୨.୩୦ ମିନିଟରୁ ଆରମ୍ଭ ହୋଇଯାଇଛି ଏବଂ ପ୍ରାୟ ୪ ଘଣ୍ଟା ଧରି ଚାଲିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ସମୟରେ ଘଣ୍ଟାପ୍ରତି ୧୫୫ରୁ ୧୬୫ ଏବଂ ସ୍ଥଳବିଶେଷରେ ୧୮୫କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ପରେ ଏହା ଉତ୍ତରଉତ୍ତରପୂର୍ବ ଦିଗକୁ ଗତି କରିବ।
ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡିଶା ବାଲେଶ୍ୱର, ଭଦ୍ରକ,ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡା ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଜଗତସିଂହପୁର ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।

ତେବେ ଗତ ୨୪ଘଣ୍ଟା ମଧ୍ୟରେ ପାରାଦୀପରେ ୧୯୭.୧ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୬୦.୪, ଭୁବନେଶ୍ୱରରେ ୪୫. ୬, ବାଲେଶ୍ୱରରେ ୫୨.୨, ଗୋପାଳପୁରୀରେ ୮. ୬ ଓ ପୁରୀରେ ୮୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

 

Comments are closed.