ଶିମିଳିପାଳ ନିଆଁକୁ ମୟୂରଭଞ୍ଜ ବନ୍ଦ – ୭ ଘଣ୍ଟିଆ ବନ୍ଦ ସଫଳ

ବାରିପଦା: ଶିମିଳିପାଳରେ ଲାଗିଥିବା ନିଆଁକୁ ତୁରନ୍ତ ଆୟତ୍ତ କରିବା ଓ କାର୍ୟ୍ୟରେ ଅବହେଳା କରିଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉପ-ନିର୍ଦ୍ଦେଶକ ଯଜ୍ଞଦତ ପତିଙ୍କ ସହିତ ବରିଷ୍ଠ ଅଧିକାରୀମାନଙ୍କୁ ଚାକିରୀରୁ ବହିଷ୍କାର ଦାବିକରି ଭଞ୍ଜ ସେନା ପକ୍ଷରୁ ଆଜି ୭ ଘଂଟିଆ ମୟୂରଭଞ୍ଜ ବନ୍ଦ ପାଳନ ସଫଳ ହୋଇଛି। ଆଜି ସକାଳ ୬ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ସମସ୍ତ ସରକାରୀ କାର୍ୟ୍ୟାଳୟ, ବେସରକାରୀ କାର୍ୟ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ୨ ଚକିଆ ଯାନକୁ ବାଦ୍‍ ଦେଲେ କୌଣସି ୪ ଚକିଆ ଯାନବାହନ ଚଳାଚଳ କରୁଥିବା ଦେଖିବାକୁ ମିଳିନଥିଲା। ଅତ୍ୟାବଶ୍ୟକ ସେବା ଜାରୀ ରହିଥିଲା।

ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ, ସିପିଏମ, ସିଆଇଟିୟୁ ଓ ଓକିଲ ସଂଘର ବରିଷ୍ଠ ନେତାମାନେ ମଧ୍ୟ ଏହି ବନ୍ଦ ଡ଼ାକରାରେ ସାମିଲ୍‍ ହୋଇଥିଲେ।

Comments are closed.