ସଫଳତା ଓ ଧନ ଲାଭର ସଙ୍କେତ

ଅନେକ ସମୟରେ ଜୀବନରେ ଭିନ୍ନ ଭିନ୍ନ ସଙ୍କେତ ମିଳିଥାଏ। ମାତ୍ର ବହୁ ସମୟରେ ଆମେ ଏଥିପ୍ରତି ଧ୍ୟାନ ଦେଇ ନଥାଉ। କିଛି ସଙ୍କେତ ଆମକୁ ଶୁଭତ୍ୱର ପ୍ରତୀକ ଦେଇଥାଏ। କିଛି ଅଶୁଭର ମଧ୍ୟ। କିଛି ସଙ୍କେତ ସଫଳତା ଓ ଧନ ଲାଭ ବିଷୟରେ ଜଣାଇଥାଏ। ଜାଣନ୍ତୁ….
୧- ଯଦି ଆପଣ କୌଣସି କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି ଓ ସମ୍ମୁଖରେ ଖିର ସହ ପାତ୍ର ଦେଖନ୍ତି , ତେବେ କାର୍ଯ୍ୟରେ ସଫଳତା ମିଳିଥାଏ। ଦିନଟି ମଧ୍ୟ ଖୁସି ଓ ସୁରୁଖୁରୁରେ ବିତିଥାଏ।
୨- କାର୍ଯ୍ୟରେ ଘରୁ ବାହାରକୁ ଯିବା ସମୟରେ ପାଣି ପୂର୍ଣ୍ଣ ପାତ୍ର ଦେଖିଲେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିଥାଏ।
୩ – ମାନ୍ୟତା ଅନୁଯାୟୀ ମାଙ୍କଡ଼ ଘରର ଛାତରେ ଆମ୍ବର ଟାକୁଆ ପକାଇବା ଶୁଭ ସଙ୍କେତ। ଏହା ଧନ ଲାଭ ଓ ସଫଳତାର ସଙ୍କେତ ଦେଇଥାଏ।
୪ – ସକାଳ ସମୟରେ ଘରୁ ବାହାରିବା ସମୟରେ ଟଙ୍କା ମିଳିଲେ, ଏହା ଧନ ଲାଭର ସୂଚନା ଦେଇଥାଏ। ତେବେ ସନ୍ଧ୍ୟା ସମୟରେ ଟଙ୍କା ମିଳିଲେ ମନ୍ଦିରରେ ଦାନ କରିବା ଉଚିତ।
୫ – ସବୁଦିନ ତୁଳନାରେ ଯଦି କୌଣସି ଦିନ ଆପଣଙ୍କୁ ନିଜ ତ୍ୱଚା ଅଧିକ ଚମକ ଭଳି ଅନୁଭବ ହେଉଛି , ତେବେ ଆପଣଙ୍କ ଜୀବନରେ ଶୁଭ ସମୟ ଆରମ୍ଭ ହୋଇ ଯାଇଛି ବୋଲି କୁହାଯାଏ।
୬ – ସକାଳୁ ଘରୁ ବାହାରିବା ସମୟରେ କୌଣସି ଛୋଟ ପିଲାଙ୍କ ହସ ଦେଖିବା ମଧ୍ୟ ଶୁଭ।
୭ – ସକାଳ ସମୟରେ ବାଛୁରୀକୁ ଗାଈ ଠାରୁ ଖିର ପିଇବା ଦେଖିବା ମଧ୍ୟ ଶୁଭ। ଏହା ଧନ ବୃଦ୍ଧି ଓ ପ୍ରାପ୍ତିର ସଙ୍କେତ ଦେଇଥାଏ।

Comments are closed.