ସଫଳତା ସାଉଣ୍ଟୁଛି ଜେ.ଏନ. କଲେଜ, ୯୨ତମ ସୋପାନରେ ୱେବିନାର ଆଲୋଚନା ଚକ୍ର

କରୋନା ମହାମାରୀ ସାରା ବିଶ୍ୱରେ ଶିକ୍ଷା କ୍ଷେତ୍ରରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି କରିଥିବା ବେଳେ କଟକ ଜିଲ୍ଲା ମାହାଙ୍ଗା ସ୍ଥିତ ଜବାହରଲାଲ ନେହେରୁ ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ୯୨ଟି ଆଲୋଚନା ଚକ୍ର ସଫଳ ଭାବେ ଆୟୋଜନ କରାଇପାରିଛି। ଏହି ଆଲୋଚନାଗୁଡିକରେ ସମାଜର ସବୁ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ରାଜ୍ୟ ସମେତ ଦେଶ ଓ ବିଦେଶରୁ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏଥିରେ ସାମିଲ ହୋଇଛନ୍ତି। ଓଡିଶା ସରକାରଙ୍କ ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ରର ନିର୍ଦେଶକ ବିକ୍ରମ କେଶୋରୀ ଜେନାଙ୍କ ସହଯୋଗରେ ଏଭଳି କାର୍ଯ୍ୟକ୍ରମ ଆୟୋଜନରେ ସାରା ଦେଶରେ ଜବାହରଲାଲ ନେହେରୁ ମହାବିଦ୍ୟାଳୟ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। କଲେଜର ଅଧ୍ୟକ୍ଷ ପ୍ରଫେସର ପଲ୍ଲବ ଚକ୍ରବର୍ତ୍ତୀ, ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ, ଅଧ୍ୟାପକ ରୁଦ୍ର ନାରାୟଣ ଦାଶ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଶୁଭମ ଦାଶ ଓ ଅଧ୍ୟାପିକା ପାୟଲ ଅଗ୍ରୱାଲଙ୍କ ପ୍ରତ୍ୟେକ୍ଷ ପ୍ରଚେଷ୍ଟାରେ ଏହି ଆଲୋଚନା ଚକ୍ରରେ କାର୍ଡର ସହ ନିର୍ଦେଶକ ଚିନ୍ମୟ କୁମାର ସାହୁଙ୍କ ସମେତ ଦେଶ ବିଦେଶରୁ ଅନେକ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଉଛନ୍ତି।

ଏହି କ୍ରମରେ ୮୪ତମ ସୋପାନରେ କୋଲକାତାର ନେସନାଲ ୟୁନିଭରସିଟି ଅଫ ଜୁରିଡ଼ିକାଲ ସାଇନ୍ସର ପ୍ରଫେସର ଏନ.ଏସ. ଶ୍ରୀନିବାସୁଲୁ ଭାରତରେ ଆଦିବାସୀ ଓ ମାନବିକ ଅଧିକାର ଶୀର୍ଷକ ସନ୍ଦର୍ଭ ଉପସ୍ଥାପନ କରିଥିବା ବେଳେ ୮୫ତମ ସୋପାନରେ ପଶ୍ଚିମବଙ୍ଗ ପୁଲିସ ମହାନିର୍ଦ୍ଦେଶକ ଡଃ ବି.ଏନ.ରମେଶ, ୮୬ତମ ସୋପାନରେ ମହାତ୍ମା ଗାନ୍ଧୀ ନେସନାଲ କାଉଁସିଲ ଅଫ ୠରାଲଏଜୁକେସନର ଜେ. ସାଇ ସୁଧୀର କୁମାର, ୮୭ତମ ସୋପାନରେ ତେଜପୁର ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ପ୍ରଫେସର ନିଲ ରତନ ରାୟ, ୮୮ତମ ସୋପାନରେ ୱେଷ୍ଟ ବେଙ୍ଗଲ ୟୁନିଭରସିଟି ଅଫ ଆନିମଲ ଆଣ୍ଡ ଫିସରରି ସାଇନ୍ସର ପ୍ରଫେସର ସମର ସରକାର, ୮୯ତମ ସୋପାନରେ ଶ୍ରୀ ରାମ ମୂର୍ତ୍ତି ସ୍ମାରକ ଇଞ୍ଜିନିଅରିଂ କଲେଜର ପ୍ରଫେସର ଡଃ ମନୀଷ କୁମାର ଚତୁର୍ବେଦୀ, ୯୦ ତମ ସୋପାନରେ ପ୍ରଫେସର ଶିବାଜୀ ସରକାର, ୯୧ତମ ସୋପାନରେ ପ୍ରଫେସର ନୋବିନା ଚକ୍ରବର୍ତ୍ତୀ ଏବଂ ୯୨ତମ ସୋପାନରେ ଡଃ ସ୍ଵାତି ଶର୍ମା ବିଭିନ୍ନ ସାମ୍ପ୍ରତିକ ବିଷୟ ଉପରେ ଆଲୋଚନା କରିଥିଲେ।

Comments are closed.