‘ଉରି’ର ସଫଳତା

0

ଯୁବ ଅଭିନେତା ବିକି କୌଶଲ୍‌ଙ୍କ କ୍ୟାରିୟରର ଆରମ୍ଭ ସମୟ, କିନ୍ତୁ ତାଙ୍କ ଦମଦାର୍‌ ଅଭିନୟ ସମସ୍ତ ବର୍ଗର ପ୍ରଶଂସକଙ୍କୁ ଆକୃଷ୍ଟ କରୁଛି। ନିକଟରେ ତାଙ୍କ ଅଭିନୀତ ‘ଉରି..ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ମୁକ୍ତିଲାଭ କରିଛି। ୪୦କୋଟି ବଜେଟ୍‌ର ଏଇ ଚଳଚ୍ଚିତ୍ର ସର୍ବିଆରେ ସୁଟିଂ ହୋଇଥିଲା। ମୁକ୍ତିଲାଭର ପ୍ରଥମ ସପ୍ତାହରେ ‘ଉରି’ ୧୦୮କୋଟି ୯୦ଲକ୍ଷ ଟଙ୍କାର ବ୍ୟବସାୟ କରିଥିବାର ପ୍ରକାଶ। ବିକି ଏଇ ଚରିତ୍ର ପାଇଁ କଠିନ ପରିଶ୍ରମ କରିଥିଲେ। ୧୨ କିଲୋ ଓଜନ ବଢ଼ାଇବା ସହ ସମରକଳା ତାଲିମ ମଧ୍ୟ ନେଇଥିଲେ। ଏହା ପୂର୍ବରୁ ସେ ଚଳଚ୍ଚିତ୍ର ‘ରାଜି’ରେ ପୁଲିସ୍ ଅଫିସର୍ ଭୂମିକାରେ ଅଭିନୟ କରିଥିଲେ, ଏଣୁ ଉରିର ମେଜର୍ ରୋଲ୍ ପାଇଁ ବିକି ଖୁବ୍ ଉତ୍ସାହିତ ଥିଲେ। ଏଥିରେ ଅନ୍ୟାନ୍ୟ ଭୂମିକାରେ ପରେଶ ରାୱଲ୍, ୟାମି ଗୌତମ୍, କୀର୍ତ୍ତି କୁଲହାରୀ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ସଫଳତା ପରେ ନିର୍ଦେଶକ ଆଦିତ୍ୟ ଧର ‘ଉରି’କୁ ଅନ୍ୟ ଭାଷାରେ ନିର୍ଦେଶନା ଦେବା ନିମିତ୍ତ ଘୋଷଣା କରିଛନ୍ତି।

Leave A Reply