‘ଗୁଡ୍ ନ୍ୟୁଜ୍’ର ସଫଳତା

ରାଜ୍ ମେହତା ନିର୍ଦେଶିତ ‘ଗୁଡ୍ ନ୍ୟୁଜ୍’ ଚଳଚ୍ଚିତ୍ର ୨୦୧୯, ଡିସେମ୍ବର ୨୭ରେ ସର୍ବଭାରତୀୟସ୍ତରରେ ମୁକ୍ତିଲାଭ କରିଥିଲା। ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର, କରୀନା କପୁର ଖାନ୍, ଦିଲଜିତ୍ ଦୋସାନଜ୍, କିଆରା ଆଡଭାନୀ ଅଭିନୟ କରିଛନ୍ତି। ବିଭିନ୍ନ ମହଲରେ ଏହି ଚଳଚ୍ଚିତ୍ରକୁ ପସନ୍ଦ କରାଯାଇଥିବାବେଳେ ଏହା ଉତ୍ତମ ବ୍ୟବସାୟ ମଧ୍ୟ କରୁଛି । ଇତିମଧ୍ୟରେ ଚଳଚ୍ଚିତ୍ରଟି ଦ୍ବିତୀୟ ସପ୍ତାହ ସୁଦ୍ଧା ୧୮୦କୋଟି ଟଙ୍କା ବ୍ୟବସାୟ କରିଥିବାର ବକ୍ସ ଅଫିସ୍‌ ତଥ୍ୟ ଦେଇଛି । କରୀନାଙ୍କ ଅଭିନୟକୁ ସବୁରି ମହଲରେ ପ୍ରଶଂସା କରାଯାଇଥିବାବେଳେ ସେ ମଧ୍ୟ କହିଛନ୍ତି, ଆଗାମୀ ଦିନରେ ସେ ଦର୍ଶକଙ୍କୁ ଏଇଭଳି ଉତ୍ତମ କାହାଣୀ ଭେଟିଦେବେ ନିଶ୍ଚିତ। ନିର୍ଦେଶକ ରାଜ୍‌ କହିଛନ୍ତି, ଏହି ଚଳଚ୍ଚିତ୍ରର ସଫଳତାକୁ ଦେଖି ସେ ଏବେ ଭାବୁଛନ୍ତି ଯେ ଏହାର ଦ୍ବିତୀୟ ଭାଗ କାହାଣୀ ସମ୍ପର୍କରେ ଚିନ୍ତା କରିବେ।

Comments are closed.