ସୁବର୍ଣ୍ଣପୁରରେ ବନ୍ୟା ପରିସ୍ଥିତି ; ତଳିଆ ଅଞ୍ଚଳ ଜଳମଗ୍ନ

ଭୁବନେଶ୍ୱର / ସୁବର୍ଣ୍ଣପୁର : କିଛି ଦିନରେ ବର୍ଷା ଲାଗି ରହିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ସୁବର୍ଣ୍ଣପୁରର ବିଭିନ୍ନ ପଞ୍ଚାୟତରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି। ହୀରାକୁଦ ଗେଟ ଖୋଲାଯିବା ପରେ ଜିଲାର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉଲୁଣ୍ଡା ବ୍ଲକର ମୁଣ୍ଡଘାଟ, ଇଗୁଡ଼ି, ବିଜେପୁର ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। କୁଲୁଥିଜୋର ପୋଲ ଉପରେ ୫ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ବୀର ମହାରାଜାପୁର –ସୋନପୁରକୁ ଗମନାଗମନ ବ୍ୟାହତ ହୋଇଛି।
ସେହିପରି ହୀରାକୁଦ ଗେଟ ଖୋଲାଯିବା ପରେ ବୌଦ୍ଧରେ ମହାନଦୀ ବିପଦ ସଙ୍କେତ ଛୁଇଁଛି। ବିପଦ ସଙ୍କେତ ୮୦.୭୦ ମିଟର ଛୁଇଁଲା ମହାନଦୀ । ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି।
ପାରାଦୀପର କୁଜଙ୍ଗର ବିଭିନ୍ନ ପଞ୍ଚାୟତରେ ମହାନଦୀ ବନ୍ୟାଜଳ ପ୍ରବେଶ କରିଛି। ଜଳମଗ୍ନ ହରିପୁର ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ବନ୍ୟାଜଳରେ ପ୍ରାୟ ୧ କିମି ଯାଏଁ ସରିଳି-କୁକୁରଖାଇ ରାସ୍ତା ବୁଡ଼ି ରହିଛି। ସାହାରାଡ଼ିହା, ଭଣ୍ଡୁଆ, କାଠକୁଟ, ଗୋବର୍ଦ୍ଧନପୁର, ବାରମାଣିଆ ଗାଁ ମଧ୍ୟ ଜଳମଗ୍ନ ହୋଇଛି।

Comments are closed.