ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି ପାଇଁ ପ୍ରସ୍ତୁତି, କେନ୍ଦ୍ର ବିରୋଧରେ ସୁପ୍ରିମକୋର୍ଟ ଯିବେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରିଦେବା ପାଇଁ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଏଥିପାଇଁ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ସୋମବାର ନିଲାମ ସମ୍ପର୍କିତ ନୋଟିସ ଜାରି କରାଯାଇଛି। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ସାଂସଦ ସୁବ୍ରମଣ୍ୟମ ସ୍ବାମୀ। ସେ ମୋଦୀ ସରକାରଙ୍କୁ ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି।

ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି, ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ରାଷ୍ଟ୍ରବିରୋଧୀ। ଏହା ବି​‌ରୋଧରେ ମୋତେ ବାଧ୍ୟ ହୋଇ କୋର୍ଟ ଯିବାକୁ ପଡ଼ିବ। ଆମେ ପରିବାରର ଏକ ମୂଲ୍ୟବାନ ଜିନିଷକୁ ବିକ୍ରି କରିପାରିବୁ ନାହିଁ। ଏୟାର ଇଣ୍ଡିଆର ବିକ୍ରି ସମ୍ପର୍କିତ ପ୍ରଶ୍ନ ଉପରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ କହିଛନ୍ତି ଯେ, ଯେତେବେଳେ ସରକାରଙ୍କ ନିକଟରେ ଅର୍ଥ ନ ଥିବ, ସେତେବେଳେ ସେ ଏଭଳି କରନ୍ତି। ଭାରତ ସରକାରଙ୍କ ପାଖରେ ଟଙ୍କା ନାହିଁ। ବିକାଶ ହାର ୫%ରୁ କମ୍‌ ରହିଛି। ଏମାନେ ଆମର ସବୁ ମୂଲ୍ୟବାନ ସମ୍ପତ୍ତି ବିକ୍ରି କରିଦେବେ।

Comments are closed.