ନିଯୁକ୍ତି ଏବଂ ୪ଦଫା ଦାବି ନେଇ ୮ରୁ ଆନ୍ଦୋଳନ ଚେତାବନୀ ; ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ରେଙ୍ଗାଲି : ରେଙ୍ଗାଲି ବ୍ଳକ୍ ର ଖିଣ୍ଡା ପଞ୍ଚାୟତରେ ଥିବା ଏନ୍.ଏଲ୍.ସି କମ୍ପାନୀ ର ତଲାବିରା(୨) ଏବଂ (୩) କୋଇଲା ଖଣି ରେ ବିସ୍ଥାପିତ/କ୍ଷତିଗ୍ରସ୍ତ ଏବଂ ପ୍ରଭାବିତ ଅଞ୍ଚଳର ବେକାର ଯୁବକ/ଯୁବତୀମାନଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆସନ୍ତା ୮ରୁ ଖଣି ଫାଟକ ସମ୍ନାରେ ୪ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରାଯିବ ବୋଲି କର୍ମଜୀବୀ ଏକତା ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜି ସଙ୍ଗଠର ସଭାପତି ପିତାମ୍ବର ବିଶ୍ୱାଲ.ଆବାହକ ହେମନ୍ତ କୁମାର ପାଣ୍ଡେ, ଅଜୟକୁମାର ନାଥ ପ୍ରମୁଖ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ  ଜିଲ୍ଲାପାଙ୍କୁ ସାକ୍ଷାତ କରି ଏସଂକ୍ରାନ୍ତରେ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧି ଦଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଉପ-ଜିଲ୍ଲାପାଳଙ୍କୁ ମଧ୍ୟ ସାକ୍ଷାତ କର ଦାବିପତ୍ର ପ୍ରଦାନ କରିଛନ୍ତି।

        ଏନ୍.ଏଲ୍.ସି କମ୍ପାନୀରେ ଆବଶ୍ୟକ ଥିବା ମାଇନିଂ କାମ ପାଇଁ ଡିଗ୍ରୀ/ଡିପ୍ଳୋମା/ଇଞ୍ଜିନିୟର ଏବଂ ଏଡମିନିଷ୍ଟ୍ରେଟିଭ୍  ଏବଂ କ୍କରିକାଲ୍ ଚାକିରିରେ ପିଡିଏଫ୍ ପରିବାରର ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା। ଜମିହରା ଓ ବିସ୍ଥାପିତ ପରିବାରରୁ ଠିକା କମ୍ପାନୀ ଅଧିନରେ ତଲାବିରା (୨) ଖଣି ରେ କାମ କରୁଥିବା କର୍ମଚାରୀ ମାନଙ୍କୁ ତୁରନ୍ତ ସିଧାସଲଖ ଏନ୍.ଏଲ୍.ସି କିମ୍ବା ଅଦାନୀ କମ୍ପାନୀ ରେ ନିଯୁକ୍ତି ଦେବା ସହିତ ଛଟେଇ ନାଁ ରେ କର୍ମଚାରୀ ମାନଙ୍କ ଭିତରେ ଭୟ ର ବାତାବରଣ ସୃଷ୍ଟି କରୁଥିବା ଠିକା ସଂସ୍ଥା ମାନଙ୍କୁ ଖଣି କାର୍ଯ୍ୟରୁ ନିବୃତ୍ତକରାଯିବା। ଖଣି ସମ୍ବନ୍ଧିତ ସମସ୍ତ କାର୍ଯ୍ୟାଳୟ ରେ ଅଞ୍ଚଳ ର ମହିଲା ମାନଙ୍କୁ ନିଯୁକ୍ତି ର ସୁଯୋଗ ସୃଷ୍ଟି କରି କ୍ଳର୍କ/କମ୍ପ୍ୟୁଟର ଅପରେଟର ଆଦି ପଦବୀରେ ସ୍ଥାନୀୟ ମହିଳାମାନଙ୍କ ପାଇଁ ୩୦ ପ୍ରତିଶତ ସଂରକ୍ଷଣ। ଖଣି ରେ ନିୟୋଜିତ ସମସ୍ତ ଠିକା ସଂସ୍ଥା ରେ କାର୍ଯ୍ୟରତ ଦିନ ମଜୁରିଆ ମାନଙ୍କୁ ସରକାରୀ ନିୟମ ଅନୁସାରେ ସର୍ବ ନିମ୍ନ ମଜୁରୀ ପ୍ରଦାନ ଆଦି ଦାବି ପୁରଣ ହେଲେ ମାର୍ଚ୍ଚ ୮ରୁ ଖଣିର ମୁଖ୍ୟ ଫାଟକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।

     ସୂଚିତ ଯେ, ଗତ ୨୦୧୯ମସିହା ଡିସେମ୍ବର ମାସ ୫ ତାରିଖ ଦିନ ସମ୍ବଲପୁରର ତପସ୍ୱୀନି ହଲ୍ ରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ଏନ୍.ଏଲ୍.ସି କମ୍ପାନୀ କୋଇଲା ଖଣି ଯୋଗୁଁ ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ହେଉଥିବା ପରିବାର ବେକାର ଯୁବକ/ଯୁବତୀ ମାନଙ୍କୁ ଏମ୍.ଡି.ଓ ଅର୍ଥାତ୍ ଅଦାନୀ କମ୍ପାନୀ ରେ ନିଯୁକ୍ତି ଦିଆଯିବା ବୋଲି ପ୍ରତିଶ୍ରୁତି ଦେଇଥିଲା। ସରାକାରୀ ଜମି ଜମି ଉପରେ ରହୁଥିବା ଗରିବ ପରିବାରଙ୍କୁ ଥଇଥାନ, ହୀରାକୁଦ ନଦୀବନ୍ଧ ଯୋଗୁଁ ବିସ୍ଥାପିତ ହୋଇ ଏଠାରେ ପୁର୍ନବସତି ସ୍ଥାପନ କରିଥିବା ପରିବାର ବର୍ଗଙ୍କ ଥାଇଥାନ। ଖିଣ୍ଡା ଅଞ୍ଚଳରେ ସ୍ୱଚ୍ଛ ପାନୀୟ ଜଳ ଯୋଗଣ, ବ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଏବଂ ସୁପର ସ୍ପେସାଲିଟି ହସ୍ପିଟାଲ୍ ନିର୍ମାଣ ପାଇଁ ବୈଠକ ରେ ଏନ୍.ଏଲ୍.ସି କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ଏକବର୍ଷ ରୁ ଅଧିକ ବିତିଗଲା ପରେ ବି  କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନାହିଂ ବୋଲି ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି। ବିହତ ଦିନରେ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପୁରଣ ପାଇଁ ଆର୍.ଡି.ସି. ଜିଲ୍ଲାପାଳ, ଉପ-ଜିଲ୍ଲାପାଳ ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନେକଥର ସାକ୍ଷାତ କରି ଦୃଷ୍ଟି ଆକର୍ଷଣ କରଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ ବୋଲି ସଙ୍ଗଠନ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି। ୨୦୧୯ ମସିହା ଡିସେମ୍ବର ୫ ତାରିଖ ଦିନ ତ୍ରୈପକ୍ଷିକ ବୈଠକରେ ଗୃହୀତ ପ୍ରସ୍ତାବ ତତା କମ୍ପାନୀ ଦେଇଥିବା ତା.୮/୬/୨୦୨୦ ଦିନ ଉପ-ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତ୍ରୈପକ୍ଷିକ ବୈଠକରେ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ବିସ୍ଥାପି ତ ପରିବାର ପାଇଁ ଦକ୍ଷତା ବିକାଶ କେନ୍ଦ୍ର ଏବଂ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଖୋଲିବା ପାଇଁ କିଣ୍ଡା ସରପଞ୍ଚ ନୀଲାବତୀ ଓାରାମ ଏବଂ କର୍ମଜୀବି ଏକତା ସଙ୍ଗଠନ ର ପ୍ରତିନିଧି ଦାବି କରିଥିଲେ। କମ୍ପାନୀ କର୍ତ୍ତୃପକ୍ଷ ଏହି ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇନାହିଁ। କମ୍ପାନୀ କେବଳ ପ୍ରତିଶ୍ରୁତି ଦେଇ ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ଲୋକ ତତା ଅଞ୍ଚଳବାସୀଙ୍କୁ ଭୁଆଁ ବୁଲେଇ ଚାଲିଛି ବୋଲି ସଙ୍ଗଠନ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଉଛି।

Comments are closed.