ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ବାର୍ଷିକ ଉତ୍ସବ ଓ ସୂର୍ଯ୍ୟକ୍ଷେତ୍ର ସମ୍ମାନ

ଶୁଭେନ୍ଦୁ କାନୁନଗୋ ପାଇଲେ ସୂର୍ଯ୍ୟକ୍ଷେତ୍ର ସମ୍ମାନ

ଭୂବନେଶ୍ୱର:ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ଅଫ୍ ଏଜୁକେସନ୍ ଆଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆଜି ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରରେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।  କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ମୋହନ ଚରଣ ମାଝି ଯୋଗ ଦେଇ କହିଥିଲେ ଯେ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦେଶର କ୍ୟାନ୍ସର ସଚେତନତା ପାଇଁ କାର୍ଯ୍ୟ କରୁଛି। ତାକୁ ସମସ୍ତେ ଅନୁକରଣ କରିବା ଆବଶ୍ୟକ। ମୁଖ୍ୟବକ୍ତା ଭାବେ ଆଇଓଏଫଏସ୍ ସ୍ପେସାଲ୍ ସେକ୍ରେଟାରୀ ଡ. ହିମାଂଶୁ ଭୂଷଣ ପଣ୍ଡା ଯୋଗ ଦେଇ କ୍ୟାନ୍ସର ଉପରେ ସଚେତନତା ସୃଷ୍ଟି କିପରି ଆହୁରି ବ୍ୟାପକ ହୋଇ ପାରିବ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନୀତ ଅତିଥି ଭାବେ ସଂଗ୍ରାମ କେଶରୀ ପାଇକରାୟ, ବ୍ରହ୍ନକୁମାରୀ ତପସ୍ୱିନୀ, କିଶୋର ଦ୍ୱିବେଦୀ,ଏସିଆଇସି ସେକ୍ରେଟାରୀ ବିପିନ ବିହାରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 

ସୂର୍ଯ୍ୟକ୍ଷେତ୍ର ଅନୁଷ୍ଠାନ ଓଡିଶା ସମେତ ସାରା ଦେଶରେ କ୍ୟାନ୍ସର ସଚେତନତା ଉପରେ କାର୍ଯ୍ୟ କରୁଛି। ମୁମ୍ବାଇଠାରେ ଥିବା ଏକ ସେଲ୍ଟର ହାଉସର ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା କରାଯାଉଛି ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ ବିପିନ ବିହାରୀ ମିଶ୍ର କହିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜସେବୀ, ସମ୍ବାଦିକ ଓ ଯୁବଦ୍ୟୋଗୀମାନଙ୍କୁ ‘ସୂର୍ଯ୍ୟକ୍ଷେତ୍ର ସମ୍ମାନ’ରେ ସମ୍ମାନୀତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭୂବନେଶ୍ୱରର ବରିଷ୍ଠ ଫଟୋ ସମ୍ବାଦିକ ଶୁଭେନ୍ଦୁ କାନୁନଗୋଙ୍କୁ ଶ୍ରେଷ୍ଠ ଫଟୋ ସମ୍ବାଦିକ ଭାବେ ଉତ୍ତରୀୟ ଓ ଏକ ବ୍ୟାଙ୍କ ଚେକ୍ ସହ ପୁଷ୍ପଗୁଚ୍ଛ ଦେଇ ‘ସୂର୍ଯ୍ୟକ୍ଷେତ୍ର ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସାଧାରଣ ସମ୍ପାଦକ ଡ. ସୁକାନ୍ତ ମିଶ୍ର ଉପସ୍ଥିତ ଥିଲେ।

Comments are closed.