ରାକ୍ଷୀ ବାନ୍ଧିବାର ଶୁଭ ସମୟ

0

ବହୁ ବର୍ଷ ପରେ ରାକ୍ଷୀ ବନ୍ଧନ ନିମନ୍ତେ ଏ ବର୍ଷ ସ୍ୱତନ୍ତ୍ର ଯୋଗ ଆସିଛି। ରାକ୍ଷୀ ବାନ୍ଧିବା ନିମନ୍ତେ ଭଉଣୀକୁ ଆଉ ସମୟ ନିମନ୍ତେ ବ୍ୟସ୍ତ ହେବାକୁ ପଡ଼ିବ ନାହିଁ। ହିନ୍ଦୁ ପରମ୍ପରା ଅନୁଯାୟୀ ଏ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଏହି ପବିତ୍ର ପର୍ବ ୨୬ ଅଗଷ୍ଟ ରବିବାରରେ ପାଳିତ ହେବ। ରାକ୍ଷୀ ବାନ୍ଧିବାର ଏକ ସ୍ୱତନ୍ତ୍ର ସମୟ ରହିଥାଏ। ଶୁଭ ସମୟ ଶେଷ ହେବା ପରେ ଆଉ ରାକ୍ଷୀ ବନ୍ଧା ଯାଇନଥାଏ। ତେଣୁ ଯିଏ ଦୂରରେ ଅଥବା କୌଣସି କାର୍ଯ୍ୟରେ ଥାଏ, ସେ ମଧ୍ୟ ନିଜ ଭଉଣୀ ଠାରୁ ରାକ୍ଷୀ ବାନ୍ଧିବା ନିମନ୍ତେ ବ୍ୟସ୍ତ ହୋଇଥାଏ। ସେ ସମୟର କାରଣ ହେତୁ ଭଉଣୀଟି ମଧ୍ୟ ବ୍ୟସ୍ତ ହୋଇଥାଏ।

ମାତ୍ର ଏ ବର୍ଷ ସମୟର ଅବଧି ନିମନ୍ତେ ଆଉ ବ୍ୟସ୍ତ ହେବାକୁ ପଡ଼ିବ ନାହିଁ। ଜ୍ୟୋର୍ତିବିଦଙ୍କ ସୂଚନା ଅନୁଯାୟୀ ଏହା ୨୫ ଅଗଷ୍ଟ ଦିନ ୩:୧୬ରୁ ୨୬ ଅଗଷ୍ଟ ୫:୨୫ ସମୟ ପର୍ଯ୍ୟନ୍ତ ରହିବ।

Leave A Reply