ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବିଜେପି ବିଧାୟକ

ଭୁବନେଶ୍ବର: ଦ୍ୱିତୀୟ ପର୍ୟ୍ୟାୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ମାତ୍ରେ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ସରକାରଙ୍କୁ ବିରୋଧୀ ଘେରିଥିଲେ। ଆଜି ମଣ୍ଡିରେ ଧାନକିଣାକୁ ନେଇ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉତ୍ତର ରଖୁଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ଗୃହ ମଧ୍ୟ ଭାଗକୁ ଆସିଥିଲେ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରହୀ। ସେଠାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ। ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ ଆରୁଖ ଓ ଅନ୍ୟ ସଦସ୍ୟମାନେ ତାଙ୍କୁ ଅଟକାଇ ଥିଲେ। ସାଇଟାଇଜର ବୋତଲ ଛଡ଼ାଇ ନେଇଥିଲେ ମନ୍ତ୍ରୀ ବିକ୍ରମ ଆରୁଖ।

ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି ଯେ ମଣ୍ଡି ସମସ୍ୟା ସମାଧାନ ଓ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ସେ ପୂର୍ବରୁ ବିଧାନସଭାରେ ଆତ୍ମହୁତି ଦେବା ପାଇଁ ଚେତାବନୀ ଦେଇଥିଲେ। କିନ୍ତୁ ସରକାର ଏହି ସମସ୍ୟା ସମାଧାନ ନ କରିବାରେ ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ।

Comments are closed.