ବାପାକୁ ହତ୍ୟାକଲା ପୁଅ

ସୋନପୁର : ସୋନପୁର ଜିଲା ବୀରମହାପାଜପୁର ଥାନା ଅନ୍ତର୍ଗତ ବୈରାଗୀପାଲି ଗ୍ରାମରେ ଏକ ଅମାନବୀୟ ଘଟଣା ଘଟିଛି। ଘରୋଇ କଳହରେ ଉତକ୍ଷୀପ୍ତ ହୋଇ ଜଣେ ପୁଅ ନିଜ ବାପାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଅ ଚାନ୍ଦୁ ଘଟା ବାପା ବାଣ୍ଡା ଘଟାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି।

ସୂଚନା ଅନୁଯାୟୀ, ବାପା ବାଣ୍ଡା ଘଟା ପୁଅ ଚାନ୍ଦୁ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଫଲରେ ଉତକ୍ଷୀପ୍ତ ହୋଇ ପୁଅ ଏକ ଧାରୁଆ ଅସ୍ତ୍ରରେ ନିଜ ବାପାକୁ ହାଣି ହତ୍ୟା କରିଥିଲା। ଅଭିଯୁକ୍ତ ପୁଅ ଚାନ୍ଦୁ ହତ୍ୟାକରିବା ପରେ ଘଟଣାସ୍ଥଲରୁ ଫେରାର ହୋଇଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତହେଦକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବାସହ ତଦନ୍ତ ଆରମ୍ଭ କରିଛି। ଏହି ହତ୍ୟା ଘଟଣା ଗାଁରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

Comments
Loading...