ଏସଆଇଙ୍କୁ ପିଟି ପିଟି ମାରିଦେଲେ ମଦ ମାଫିଆ

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ୍‍ର ସବ-ଇନ୍ସପେକ୍ଟର ରାଜକୁମାରଙ୍କୁ ମଦ ମାଫିଆମାନେ ପିଟି ପିଟି ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡ ରବିବାର ରାତିରେ ରାଜଧାନୀର ବିବେକ ବିହାର ଅଞ୍ଚଳରେ ଘଟିଛି।
ଏସ୍‍ଆଇଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ ରାଜକୁମାର ବିିବେକ ବିହାର ଅଞ୍ଚଳରେ ବେଆଇନ ମଦ ବିକ୍ରିର ଭିଡ଼ିଓ କରୁଥିଲେ। ଏହାକୁ ନେଇ ମଦ ମାଫିଆ ଭୁରୀଙ୍କ ସହ ଏସ୍‍ଆଇଙ୍କ ବିବାଦ ଆରମ୍ଭ ହୋଇଥିଲା ଓ ଏହା ହତ୍ୟାକାଣ୍ଡର ରୂପ ନେଇଥିଲା। ପୁଲିସ୍‍ ହତ୍ୟା ଅଭିଯୋଗରେ ମଦ ମାଫିଆ ଭୁରୀଙ୍କୁ ଗିରଫ କରିଛି।
ଶାହଦରା ଡିସିପି ମେଘନା ଯାଦବ କହିଛନ୍ତି ଯେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ କୌଣସି ଏକ ଭିଡିଓକୁ ନେଇ ମଦମାଫିଆ ଏସ୍‍ଆଇ ରାଜକୁମାରଙ୍କୁ ଆକ୍ରମଣ କରିଥିଲା। ପୁଲିସ୍‍ ଗୁରୁତର ଅବସ୍ଥାରେ ରାଜକୁମାରଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏସ୍‍ଆଇଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ।

Comments are closed.