ଭୁଶୁଡ଼ି ପଡ଼ିଲା ଉପ ଜିଲ୍ଲାପାଳଙ୍କ ବାସଭବନ ଛାତ

0

ଉଦଳା: ଶୁକ୍ରବାର ମୟୁରଭଞ୍ଜ ଜିଲାର ଉପ ଜିଲ୍ଲାପାଳ ଭଗବାନ ବେହେରାଙ୍କ ବାସଭବନର ଛାତ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ବେଳେ ଘରେ କେହି ନଥିବାରୁ ଏଥିରେ କେହି ଆହତ ହୋଇନଥିବା ଜଣାପଡିଛି । ହେଲେ ଛାତ ଭୁଶୁଡ଼ିବା ଫଳରେ ଘରର ଆସବାବପତ୍ର ନଷ୍ଟ ହୋଇଯାଇଛି ।

ସୂଚନାଯୋଗ୍ୟ, ଉପଜିଲାପାଳ ଭଗବାନ ବେହେରା ଗତ କିଛି ଦିନ ହେଲା ବାହାରେ ଥିଲେ । ଶୁକ୍ରବାର ସକାଳେ ବାସଭବନରେ ପହଞ୍ଚି କବାଟ ଖୋଲି ଦେଖିଲା ବେଳକୁ ଛାତର ଏକ ବଡ଼ ଅଂଶ ଖସି ପଡିଛି । ସେହି ସମୟରେ ଘରେ ନଥିବାରୁ ଏକ ବଡ଼ ବିପଦରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲି ଉପଜିଲାପାଳ କହିଛନ୍ତି ।

Leave A Reply