ବଲାଙ୍ଗିର: ଦୈନିକ ବଜାରରେ ଉପଜିଲାପାଳଙ୍କ ଚଢଉ

ବଲାଙ୍ଗିର: ବଲାଙ୍ଗିର ଜିଲା ପ୍ରଶାସନ ପକ୍ଷରୁ ସହରରେ କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖିଲାପକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଟାନ ଗ୍ରହଣ କରାଯାଉଥିବା ବେଳେ ଶନିବାର ଉପଜିଲାପାଳ ସୁଧାକର ନାୟକ ଓ ପୈାରନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ସହରର ଅନ୍ୟତମ ବ୍ୟସ୍ତବହୁଳ ଅଞ୍ଚଳର ଦୈନିକ ବଜାରରେ ପହଞ୍ଚି ସେଠାରେ ଥିବା ବ୍ୟବସାୟୀମାନଙ୍କୁ ତାଗିଦ କରିଥିଲେ। ଶୁକ୍ରବାର ଜିଲାପାଳ ନିଜେ ଦୈନିକ ବଜାରକୁ ଯାଇ ବ୍ୟବସାୟୀ ମାନଙ୍କୁ ନିୟମ ମାନିବା ପାଇଁ ନିବେଦନ କରିଥିଲେ। ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବଜାୟ କରିବା ପାଇଁ କୁହାଯାଇଥିବା ପଚାଶ ପ୍ରତିଶତ ବ୍ୟବସାୟୀ ଅଦଳ ବଦଳ କରି ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ଦୈନିକ ବଜାରରେ କିଛିଟା ସୁଧାର ଆସିଥିବା ବେଳେ ଆଗକୁ ସଂପୁର୍ଣ୍ଣ ଭାବେ ନିୟମ ମାନିବାକୁ ଉପଜିଲାପାଳ ତାଗିଦ କରିଛନ୍ତି ନଚେତ ବଜାରକୁ ସିଲ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି।

Comments are closed.