ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ

0

ସୁଆଣ୍ଡୋ : ସତ୍ୟବାଦୀ ବ୍ଲକ ଗୋପାଳପୁର ପାଟଣା ଅଙ୍ଗନୱାଡି କେନ୍ଦ୍ର ନଂ-୧ରେ ବିଶ୍ୱ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି। ଏହି ସଭାରେ ବ୍ଲକ ଅଧ୍ୟକ୍ଷା ସମ୍ମିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃ ସ୍ତନ୍ୟପାନର ଉପକାରିତା ବିଷୟରେ ଆଲୋକପାତ କରାଇଥିଲେ। ସଭାରେ ମା’ ଓ ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତିପ୍ରତିଯୋଗିମାନଙ୍କୁ ପୁରସ୍କୃତ କରାଯାଇଥିଲା। ସିଡିପିଓ ହେମବାଳା ତ୍ରିପାଠୀ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ଜନ ସଂପ୍ରସାରଣ ପର୍ଯ୍ୟବେକ୍ଷକ ଅଧିକାରୀ ଜ୍ୟୋତିରଞ୍ଜନ ଶତପଥୀ ସଂଯୋଜନା କରିଥିଲେ।

Leave A Reply