MEllora 950×100

ଏବେ ବି ବଞ୍ଚି ରହିଛି ଯୋଗୀ ପରମ୍ପରା

ସୁଆଣ୍ଡୋ : ଉତ୍କଳୀୟ ସଂସ୍କୃତିରେ ଏବେ ବି ବଞ୍ଚି ରହିଛି ଯୋଗୀ ପରମ୍ପରା । ଗ୍ରାମ ମାନଙ୍କରେ ନାଲି ବସ୍ତ୍ର ପରିଧାନ କରି ମୁଣ୍ଡରେ ପଗଡି ଗଳାରେ ରୁଦ୍ରାକ୍ଷ ମାଳା ପକାଇ କପାଳରେ ଚିତା ଲଗାଇ ହାତରେ ଲାଉତୁମ୍ବା ଧରି ଟିକା ଗୋବିନ୍ଦଚନ୍ଦ୍ର ଗୀତ ଗାଇ ଗାଁ ଦାଣ୍ଡରେ ନାଥ ଯୋଗୀ ମାନେ ଯିବା ବେଳେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଯାଇଥାଏ । ଗ୍ରାମରେ ଭିକ୍ଷା କରିବା ବେଳେ ଚାଉଳ ପରିବା ଡାଲି ପଇସା ଯିଏ ଯାହା ଲାଉ ତୁମ୍ବାରେ ଦେଇଥାଆନ୍ତି ତାହା ଆଦରରେ ନେଇଥାନ୍ତି ଓ ଗୋରେଖନାଥ କଲ୍ୟାଣ କରିବେ ବୋଲି କହିଥାଆନ୍ତି ।
ପୁରୀ ଜିଲା ବିଷ୍ଣୁପୁର ଗ୍ରାମର ଦୁଇଜଣ ନାଥ ଯୋଗୀ ପରମ୍ପରାକୁ ଜିବୀତ ରଖି ନିଜର ଜୀବିକା ନିର୍ବାହ କରିଆସୁଛନ୍ତି । ସେମାନେ କପିଳାସ ଓ ସାରଳା ପୀଠ ସନ୍ନିକଟ ଗୋରେଖନାଥଙ୍କ ମହିମା ପ୍ରଚାର କରି ଚାଲିଛନ୍ତି । କୌଣସି ପରିବାରର ସନ୍ତାନ ଜଟିଳ ରୋଗାକ୍ରାନ୍ତ ହୋଇଥିଲେ ଧାର୍ମିକ ବିଶ୍ବାସ ଉପରେ ବିଶ୍ବାସ ରଖି ପ୍ରଭୁ ଗୋରେଖନାଥଙ୍କୁ ସନ୍ତାନଟିକୁ ସମର୍ପି ଦେଇଥାଆନ୍ତି । ଗୋରେଖନାଥ ପିଲାକୁ ରକ୍ଷା କରିବେ ବୋଲି ଉତ୍କଳୀୟ ସାଧାରଣ ଲୋକଙ୍କ ଧାର୍ମିକ ବିଶ୍ବାସ ରହିଆସିଛି । ଶିଶୁଟି ନଅ ବର୍ଷ ହୋଇଗଲେ ତାକୁ ଯୋଗୀବେଶ କରାଯାଇ ନାଥ ଯୋଗୀଙ୍କ ସହିତ ଗୋଟିଏ ଦିନ ଭିକ୍ଷା କରିବାକୁ ଛାଡି ଥାଆନ୍ତି । ଯାହା ଭିକ୍ଷା ମିଳିଥାଏ ଯୋଗୀ ନେଇଥାଆନ୍ତି ଓ ପରିବାର ପକ୍ଷରୁ ଯୋଗୀଙ୍କୁ ନୂତନ ବସ୍ତ୍ର ଆଦି ଦେଇ ସମ୍ମାନୀତ କରାଯାଇଥାଏ ।

Comments are closed.