ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ: ପୁରୀ ଜିଲାପାଳ

ଜନ୍ମମାଟି ସୁଆଣ୍ଡୋରେ ଗୋପବନ୍ଧୁ ଜୟନ୍ତୀ

ସୁଆଣ୍ଡୋ: ଉତ୍କଳମାତାର ସୁଯୋଗ୍ୟସନ୍ତାନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋରେ କୋଭିଡ ନିୟମ ମାନି ଜୟନ୍ତୀ ଉତ୍ସବ ପାଳନ କରାଯାଇଛି। ଗୋପବନ୍ଧୁ ସ୍ମୃତିପରିଷଦ ଓ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିତ ଆନୁକୁଲ୍ୟରେ ଏହା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଲାପାଳ ବଲୱନ୍ତ ସିଂହ ଉତ୍ସବରେ ଯୋଗଦେଇ ପୁଣ୍ୟାତ୍ମାଙ୍କ ଷଠିଘରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଜିଲାପାଳ ବଲୱନ୍ତ ସିଂହ କହିଥିଲେ ଯେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ସନ୍ୟାସୀ ଭାବରେ ନିଶ୍ଚଳରେ ଦେଶ ହିତାର୍ଥେ କାମ କରିବା ତାଙ୍କର ଲକ୍ଷ୍ୟଥିଲା। ଦେଶମାତୃକା ପାଇଁ ଦାସେ ଆପଣେଙ୍କ ଅବଦାନ ଚିରଦିନ ପାଇଁ ଲିପିବଦ୍ଧ ହୋଇରହିବ ବୋଲି ଜିଲାପାଳ କହିଥିଲେ।


ସ୍ମୃତିପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ। ଜିଲା ସୂଚନା ଲୋକସମ୍ପର୍କ ଅଧିକାରୀ ଗୁରୁବୀର ସିଂହ, ଏଡିପିଆର୍‌ଓ ଉଷାନାଥ ଶତପଥୀ, ତହସିଲଦାର ମନୋଜ କୁମାର ନାୟକ, ଅତିରିକ୍ତ ବିଡିଓ ସାରଦା ପ୍ରସନ୍ନ ମହାନ୍ତି, ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ରାଧାକାନ୍ତ ଦାଶ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବିଜେପି ଜିଲା ସଭାପତି ଆଶ୍ରିତ ପଟ୍ଟନାୟକ, ଓମ୍ ପ୍ରକାଶ ମିଶ୍ର, ଜିଲାପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ, ନୀଳାଚଳ କୃଷକ ମହାସଂଘ ସତ୍ୟବାଦୀ ଶାଖା ସଭାପତି ଗୋବିନ୍ଦ ମହାପାତ୍ର, ସରପଞ୍ଚ ରଶ୍ମିତା ପ୍ରଧାନ, ତ୍ରିନାଥ ମହାପାତ୍ର, ଦୂର୍ଗେଶ ମିଶ୍ର, ଜିଲା ପରିଷଦ ସଭ୍ୟ ଧୃବ ଚରଣ ଦାଶ ଶିକ୍ଷାବିତ୍ ପ୍ରହ୍ଲାଦ ଜେନା, ଜିଲା ଯୁବ ବିଜେଡ଼ି ସଭାପତି ଷ୍ଟାଲିନ୍ ପରିଜା, ସ୍ଥପତି ଏନ୍‌.ଦାସ, ସତ୍ୟ ମିଶ୍ର, ଇଂ ସତ୍ୟପ୍ରକାଶ ପ୍ରତିହାରୀ, ଇଂ ଅନୁପମ ସ୍ୱାଇଁ ପ୍ରମୁଖ ଜୟନ୍ତୀ ଅବସରରେ ଯୋଗଦାନ କରି ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଗୋପବନ୍ଧୁଙ୍କ ବାସଭବନ ସମ୍ମୁଖରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।

Comments are closed.