ସାକ୍ଷୀଗୋପାଳ ମାଛ ବଜାରରେ ତାଲାବନ୍ଦକୁ ଫୁ’

ସୁଆଣ୍ଡୋ : ପୁରୀ ଜିଲା ସାକ୍ଷୀଗୋପାଳ ମାଛ ବଜାରରେ ଉଭୟ ଗରାଖ ଓ ବେପାରୀ କେହି ସାମାଜିକ ଦୂରତାକୁ ମାନୁ ନଥିବା ଦେଖାଯାଇଛି । ଶୁକ୍ରବାର ଲେବୁଲକ୍ରସିଂ ନିକଟ ମାଛ ଦୋକାନରେ ସକାଳେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଜଣେ ହେଲେ କେହି ସମଦୂରତା ରଖିନଥିଲେ । କାହାରି ମୁହଁରେ ମାକ୍ସ ଟିଏ ମଧ୍ୟ ନଥିଲା । ସତ୍ୟବାଦୀ ବ୍ଲକ ପ୍ରଶାସନ ପକ୍ଷରୁ ବିଶୃଙ୍ଖଳିତ ଲୋକମାନଙ୍କୁ ନିୟନ୍ତ୍ରିତ କରାଯିବା ପାଇଁ ସାଧାରଣରେ ଦାବି ହେଉଛି।

Comments are closed.