ବାଲେଶ୍ୱର ଏସଟିପିଆଇ କେନ୍ଦ୍ର ପରିଦର୍ଶନ କଲେ ଆଇଟି ଉପଦେଷ୍ଠା

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଶ୍ରୀ ଅନୁଭବ ପଟ୍ଟନାୟକ ଦୁଇଦିନିଆ ବାଲେଶ୍ୱର ଗସ୍ତରେ ଆସି ଏଠାକାର ଏସଟିପିଆଇ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଅନୁଷ୍ଠାନର ମୁଖ୍ୟ ସୂର୍ଯ୍ୟ କୁମାର ପଟ୍ଟନାୟକଙ୍କ ସହ ବିସ୍ତୃତ ଆଲୋଚନା କରି ସମସ୍ତ ବ୍ୟବସ୍ଥାର ଉପଯୋଗିତା ଏବଂ ଆଗକୁ ହେବାକୁ ଥିବା ଭିତ୍ତିଭୂମିର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ଏହା ରାଜ୍ୟର ଚତୁର୍ଥ ଏସଟିପିଆଇ କେନ୍ଦ୍ର ଯାହାକି ଉତ୍ତର ଓଡିଶାର ଆଇଟି ହବ ରୂପେ ପରିଣତ କରିବାରେ ଶ୍ରେଷ୍ଠ କେନ୍ଦ୍ର ହୋଇପାରିବ।

ଏହି ଲକ୍ଷ୍ୟ ନେଇ ରାଜ୍ୟସରକାରଙ୍କ ସମସ୍ତ ପ୍ରଚେଷ୍ଟାକୁ ସାକାର କରିବା ସହ ଆଇଟି କ୍ଷେତ୍ରର ଅଧିକ ଉନ୍ନତିକରଣ ଦିଗରେ କାର୍ଯ୍ୟ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ବିଭିନ୍ନ ଆଇଟି କମ୍ପାନୀର ଅଧିକାରୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶାର ନେତୃତ୍ୱକୁ ସୁଦୃଢ଼ କରିବାରେ ଏସଟିପିଆଇର ଭୂମିକାକୁ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିଥିଲେ।

Comments are closed.