ଉତ୍କଳ ୟୁନିଭରସିଟି ପକ୍ଷରୁ ସତ୍ୟବାଦୀ ବନ୍ୟାଞ୍ଚଳରେ ରିଲିଫ ବଣ୍ଟନ

ସୁଆଣ୍ଡୋ : ପୁରୀଜିଲା ସତ୍ୟବାଦୀ ବ୍ଲକର କେତକୀ ପାଟଣା ପଞ୍ଚାୟତ ଧନୁଆଁ ବନ୍ୟା ପ୍ରପୀଡିତ ମାନଙ୍କୁ ଉତ୍କଳ ୟୁନିଭରସିଟି ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୟୁନିଭରସିଟିର ପ୍ରୋଗ୍ରାମ ମାନେଜର ଲିଜା ସ୍ୱାଇଁ ,ପ୍ରୋଗ୍ରାମ ମାନେଜର ରୁରାଲ ଡେଭଲପମେଣ୍ଟ ବିଭାଗର ଅନନ୍ୟା ପଟ୍ଟନାୟକ, ରିସର୍ଚ୍ଚ ଫେଲୋ ରାଜିବ କୁମାର ସାହୁ, ଗୁଲସନ ଖାତୁନ ,ଆଚାର୍ଯ୍ୟ ସ୍ୱାତୀ ପ୍ରିୟଦର୍ଶିନୀ ଓ ସମାଜସେବୀ ଧ୍ରୁବ ଚରଣ ଦାଶ ପ୍ରମୁଖ ପଞ୍ଚାୟତର ୭ଟି ୱାର୍ଡରେ ବୁଲି ବୁଲି ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।

Comments are closed.