କରୋନା ସଚେତନତା : ଗ୍ରାମ ରାସ୍ତା ସିଲ କଲେ ଯୁବକ

ସୁଆଣ୍ଡୋ : ପୁରୀ ଜିଲାର ପ୍ରବେଶ ପଥ ପ୍ରଶାସନ ପକ୍ଷରୁ ସିଲ କରାଯିବାକୁ ଦେଖି ଗ୍ରାମାଞ୍ଚଳରେ ଗ୍ରାମର ପ୍ରବେଶ ପଥ ସିଲ କରାଯାଇଛି । ନିଜ ଗାଁକୁ କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ସତ୍ୟବାଦୀ ଥାନା ଅନ୍ତର୍ଗତ ସୁଆଁଲୋ ଗ୍ରାମର ଯୁବକ ମାନେ ପ୍ରବେଶ ପଥକୁ ସିଲ କରିଥିବା ଦେଖାଯାଇଛି । କୌଣସି ବାହାର ଲୋକ ଗାଁକୁ ଆସିଲେ ଆଗ ନିଜର ପରିଚୟ ଦେବା ସହିତ ହାତ ଗୋଡ ସାବୁନରେ ଧୋଇ ଗ୍ରାମରେ ପ୍ରବେଶ କରିବାର ଅନୁମତି ଦିଆଯାଉଛି । ଯୁବକ ମାନଙ୍କ ଏହି ଜନ ସଚେତନତା ଉଦ୍ୟମ ପାଇଁ ସାଧାରଣରେ ପ୍ରଶଂସା କରାଯାଉଛି ।

Comments are closed.