ବୀରରାମଚନ୍ଦ୍ରପୁର ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ପାଳିତ

ସୁଆଣ୍ଡୋ : ପୁରୀ ଜିଲା ବୀରରାମଚନ୍ଦ୍ରପୁର ଗ୍ରାମରେ ଥିବା ଧବଳେଶ୍ୱରଙ୍କ ପୀଠରେ ରବିବାର ଶିବ ବୈକୁଣ୍ଠ ଚତୁର୍ଦ୍ଦଶୀ ଅବସରରେ ବଡ଼ଓଷା ପାଳିତ ହୋଇଛି। ବ୍ରାହ୍ମ ମୁହୂର୍ତ୍ତରେ ମହାପ୍ରଭୁଙ୍କ ଦ୍ୱାରଫିଟା ମଙ୍ଗଳ ଆଳତୀ ଅବକାଶ ଆଦି ନୀତିକାନ୍ତି କରାଯାଇଥିଲା। ସକାଳୁ ଶ୍ରଦ୍ଧାଳୁମାନେ ଅରଖ ଦୁଦୁରା, କନିଅର ଆଦି ଫୁଲ ,ବେଲପତ୍ର , ଧୂପଦୀପ, ନଡ଼ିଆ, କ୍ଷୀର, କଦଳୀ, ନବାତ ଧବଳେଶ୍ୱରଙ୍କୁ ଲାଗି କରିଥିଲେ।

ଭକ୍ତମାନେ ଧାଡ଼ିରେ ଯାଇ  ପ୍ରଭୁଙ୍କୁ ପୂଜାର୍ଚ୍ଚନା କରି ଗଜ ଭୋଗ କରିଥିଲେ। ପାଳିଆ ସେବାୟତମାନେ ଭକ୍ତମାନଙ୍କୁ ଠାକୁରଙ୍କ ପ୍ରସାଦ ପଣା ଭୋଗ ବାଣ୍ଟୁ ଥିବା ଦେଖିବାକୁ ମିଳିଥିଲା। ଗ୍ରାମର ପ୍ରଥମଖଣ୍ଡି ରେଳ ଲାଇନ ପାଖ ପୋଖରୀ ନିକଟରେ ପ୍ରଭୁ ଧବଳେଶ୍ୱର ବହୁ କାଳରୁ ପୂଜା ପାଇ ଆସୁଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ ସତ୍ୟବାଦୀ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ପ୍ରଭୁଙ୍କ ଦର୍ଶନ ଚାଲୁ ରହିଛି।

Comments are closed.