ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀମାନଙ୍କ ତରଫରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି କରାଯାଇ ଥିବା ବେଳେ ସରକାରଙ୍କ ପକ୍ଷରୁ ସୁନ୍ଦର ମଣ୍ଡପଟିଏ କରାଯାଇଥିଲା। ମଣ୍ଡପ ନିକଟରେ ହୋମ କରାଯାଇ ଥିଲା ।

ଆୟୋଜିତ ସଭାରେ ଉତ୍କଳମଣିଙ୍କ ଦ୍ବାରା ଏଠାରେ ଐତିହାସିକ ବନବିଦ୍ୟାଳୟ ପ୍ରତିଷ୍ଠା କରାଯାଇ ଉତ୍ତମ ଛାତ୍ର ଗଠନ କରାଯାଉଥିଲା ।

ମୂର୍ତ୍ତି ପୂଜନ ସହିତ ଗୋପବନ୍ଧୁଙ୍କ ସେହି ଯୁଗାନ୍ତକାରୀ ଆଦର୍ଶ କୁ ଅନୁସରଣ କରି ବିଦ୍ୟାଳୟରେ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ଆବଶ୍ୟକ । ଶିକ୍ଷକ ଶିକ୍ଷୟତ୍ରୀ ଏଥିପ୍ରତି ଯତ୍ନଶୀଳ ହେବା ପାଇଁ ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ ।

ସମ୍ମାନୀତ ଅତିଥି ଭାବେ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ନାୟକ, ଜିଲାପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ, ସହକାରୀ ଯନ୍ତ୍ରୀ ବିଶ୍ୱ ମୋହନ ପଟ୍ଟନାୟକ ସୁନିଲ ପଣ୍ଡା, ବିଦ୍ୟାଳୟ ର ପୁରାତନ ଶିକ୍ଷକ ଓ ପରିଚାଳନା କମିଟିର ସଭ୍ୟ ମାନେ ଉପସ୍ଥିତ ରହିଥିଲେ। ଜୁନିଅର ସ୍କାଉଟଗାଇଡ ଛାତ୍ରଛାତ୍ରୀ ପରେଡ ଗୀତ ଗାନ କରିଥିଲେ।
ବିଦ୍ୟାଳୟ ର ପ୍ରଧାନ ଶିକ୍ଷିକା ଭବମ ପ୍ରଧାନ ବିଜୟ କୁମାର ପରିଡା ସତ୍ୟବାଦୀ ଦାଶ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ ।

Comments are closed.