ପୁଷ୍ଟି ମହୋତ୍ସବ ଉଦ୍ଜାପିତ

ସୁଆଣ୍ଡୋ : ପୁରୀଜିଲା ସୁନ୍ଦର କ୍ଲଷ୍ଟର ୧/୨ ଗ୍ରାମରେ ଓଡ଼ିଶା ପୁଷ୍ଟି ମହୋତ୍ସବ ଗୁରୁବାର ଉଦ୍ଜାପିତ ହୋଇଯାଇଛି । ଓଡିଶା ଜୀବିକା ମିଶନ ଓ ମିଶନଶକ୍ତି ତରଫରୁ ଏହା ଅନୁଷ୍ଠିତ ହୋଇଥିଲା । ଅତିଥିମାନେ ପୁଷ୍ଟିହୀନତା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ମିଶନଶକ୍ତି ଓ ମହିଳା ମହାସଂଘ ର ସଭାପତି ଓ ସଂପାଦକ, ଏମ ବି କେ ପରିଚାଳକ, ସି ଆର ପି, କୃଷି ମିତ୍ର, କୃଷକ ସାଥୀ ବେଣୁଧର ବେହେରା, ଅଙ୍ଗନବାଡି ଓ ଆଶାକର୍ମୀ ଙ୍କ ସହିତ ମହିଳା ସ୍ୱୟଂସହାୟକ ଗୋଷ୍ଠୀର୧୪୫ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଫଳ ଓ ପନିପରିବା ପ୍ରଦର୍ଶନୀ କରାଯାଇ ଥିଲା । ମହିଳା ମାନେ ସୁନ୍ଦର ଝୋଟିଚିତା ପ୍ରଦର୍ଶିତ କରିଥିଲେ ।

Comments are closed.