ଅଳଗୁମ ରାସ୍ତା ନିର୍ମାଣରେ ଅର୍ଥ ହେରଫେର ଅଭିଯୋଗ ଆଣିଲେ ଗ୍ରାମବାସୀ

ସୁଆଣ୍ଡୋ : ପୁରୀ ଜିଲାର ସାକ୍ଷୀଗୋପାଳ – ଅଳଗୁମ ରାସ୍ତା ନିର୍ମାଣରେ ଅର୍ଥ ହେରଫେର ଅଭିଯୋଗ ଆଣିଲେ ଗ୍ରାମବାସୀ। ସାକ୍ଷୀଗୋପାଳ ଠାରୁ ୦୯୦୦ କିମି ୧୦/ ୦୩୯ କିମି ରାସ୍ତାର ଉନ୍ନତି କରଣ ପାଇଁ ସରକାରଙ୍କ ପକ୍ଷରୁ ବହୁ କୋଟି ଟଙ୍କାର ବ୍ୟୟବରାଦ କରା ଯାଇଛି । ପୁର୍ତ୍ତବିଭାଗ ଅଧୀନରେ ଏହି ରାସ୍ତା କାମ ଚାଲିଛି । ଗତ ୦୮ – ୦୩ – ୨୦୧୯ ତାରିଖରେ ସାଂସଦ ଓ ବିଧାୟକ ଉକ୍ତ ରାସ୍ତାର ଭୂମିପୂଜା କରିଥିଲେ । ଇତିମଧ୍ୟରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ୫ କିମି ରାସ୍ତାର ନିର୍ମାଣ କାମ ସଠିକ ଭାବେ କରାଯାଇ ପାରିନାହିଁ।  ଯେତିକି ଢଳେଇ ରାସ୍ତା କରାଯାଇଛି ସେହି ରାସ୍ତା ରୁ ଗୋଡି ଉଠି ଗଲେଣି ।

ସାକ୍ଷୀ ଗୋପୀନାଥଙ୍କ ଚନ୍ଦନ ପୋଖରୀ ନିକଟରୁ ୦୯୦୦ ଢଳେଇ ରାସ୍ତା ଆରମ୍ଭ ହୋଇଛି । ମାତ୍ର ତାହା ୧ ବର୍ଷ ନଯାଉଣୁ ଉକ୍ତ ଢଳେଇ ରାସ୍ତାରୁ ଗୋଡି ଉଠି ଗଲେଣି । ଫଳରେ ଅନେକ ଜାଗାରେ ୩ / ୪ ଇଞ୍ଚ ବର୍ଷା ପାଣି ଜମି ରହୁଛି । ସେହି ଖାଲ ଖମା ଗୁଡିକରେ ବାଲି ସିମେଣ୍ଟ ଗୋଡି ପକାଯାଇ ଉକ୍ତ ଜାଗା ଗୁଡିକ ରଫୁ କରା ଯାଇଥିବା ଦେଖିବାକୁ ମିଳିଛି । ସରକାରୀ ନିୟମ ଅନୁସରଣ କରାନଯାଇ ରାସ୍ତା କାମ କରାଯାଇଛି ବୋଲି କୁହାଯାଉଛି । ସଚେତନ ନାଗରିକ ମାନେ ଘଟଣା ସଂପର୍କରେ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଲେ ସୁଦ୍ଧା ସେମାନେ କାମ ତଦାରଖ କରୁନଥିବା ବେଳେ ଉଦାସୀନ ମଧ୍ୟ ରହୁଛନ୍ତି ବୋଲି ଅଭିଯୋଗ ହେଉଛି । ୦୯୦୦ କିମି ୧୦ / ୦୩୯ କିମି ରାସ୍ତା ସାରା ଖାଲଖମା ହୋଇଥିବା ଦୃଷ୍ଟିରୁ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି । ବାଇକ ଚାଳକଙ୍କ ଠାରୁ ସାଇକେଲ ଆରୋହୀ ମଧ୍ୟ ରାସ୍ତା ରେ ପଡି ଖଣ୍ଡିଆ ଖାବରା ହେଉଥିବା ଜଣାପଡିଛି । ଏସବୁ କୁ ଦେଖି ଲୋକେ କହୁଛନ୍ତି ରାସ୍ତା ଉନ୍ନତି କରଣ ନାଆଁରେ ଅବନତି କରଣ କରାଯାଉଛି । ଉକ୍ତ ରାସ୍ତା ନିର୍ମାଣ ରେ ସରକାରୀ ଅର୍ଥ ହେରଫେର ହୋଇଛି ବୋଲି ସାକ୍ଷୀଗୋପାଳ ବନପୁର ବାଘସାହି ନହଳା, ବନମାଳୀଢିପି , ପୋତାପଡା, ସୋମେଶ୍ୱରପୁର ବାରଘରିଆ ସାହି, ନରେନ୍ଦ୍ରପୁର, ଘାସିଭବାନିପୁର, ଜୀପୁର ଓ ଅଳଗୁମ ଆଦି ଅଞ୍ଚଳର ଜନସାଧାରଣ ଅଭିଯୋଗ କରିଛନ୍ତି । ଘଟଣା ସଂପର୍କରେ ବିଭାଗୀୟ ଅଧିକାରୀ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇ ଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା । ତେବେ ବହୁତ ବିଳମ୍ବ ଘଟି ଯାଇଥିଲେ ମଧ୍ୟ ଉକ୍ତ ରାସ୍ତା ନିର୍ମାଣ ତ୍ୱରାନ୍ୱିତ କରାଯିବାକୁ ସାଧାରଣରେ ଦାବି ହେଉଛି ।

Comments are closed.