ସତ୍ୟବାଦୀର ଗାଁ ଠାରୁ ବଜାରରେ ମା’ଗଜଲକ୍ଷ୍ମୀଙ୍କ ପୂଜା

ସୁଆଣ୍ଡୋ :  ପୁରୀ ଜିଲା ସତ୍ୟବାଦୀର ଗାଁଗଣ୍ଡା ଠାରୁ ଆରମ୍ଭ କରି ବଜାରରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ଏହି ଅବସରରେ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନୀ ଘଣ୍ଟ ଶଙ୍ଖ ନାଦରେ ପୂଜା ମଣ୍ଡପ ପରିସରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସାକ୍ଷୀଗୋପାଳ ବଜାର, ଜୟପୁର, ବାସୁଦେଇପୁର, ସାରଙ୍ଗ ଯୋଡି ହାଟ, ବଳିର, ଗବକୁଣ୍ଡ, ପାଣି ଛତ୍ର ବଜାର, କେତକିପାଟଣା ଛକ, ଗୁଆଳିଗୋରଡା ମେଳଣ ପଡିଆ, ଗବକୁଣ୍ଡ ହାଟ, ଚିଲ ପାଟଣା ଓ ପଟ୍ଟନାୟିକିଆ ଆଦି ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି ।

ସେହିପରି  କୁମାରୀ କନ୍ୟା ମାନେ ଆଶ୍ୱିନ ମାସରେ ଚଉଁରା ମୂଳରେ ଜହ୍ନୀ ଓଷା କରିଥାନ୍ତି । କୁମାର ପୂର୍ଣ୍ଣମୀ ଦିନ ଏହା ଉଜ୍ଜାପିତ ହୋଇଥାଏ । ଗତକାଲି କୁମାର ପୂର୍ଣ୍ଣମୀ ସକାଳୁ କୁମାରୀ କନ୍ୟା ମାନେ ଖଇ, ଜହ୍ନି, ଗୁଆ, କାକୁଡି, ଆତ, ଆଖୁ, ନଡିଆ, ବେଲ, ଆଦି ଫଳ ଫୁଲ ସବୁ ନୂଆ କୁଲାରେ ରଖି ଧର୍ମ ଦେବତାଙ୍କୁ ସମର୍ପଣ କରିଥାନ୍ତି । ସଞ୍ଜ ବେଳକୁ କୁମାରୀ କନ୍ୟା ମାନେ ନୂତନ ବସ୍ତ୍ର ପିନ୍ଧି ଚାନ୍ଦ ପୂଜା କରିଥାନ୍ତି । ‘କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳବେଣୀ’ ଗୀତ ବୋଲି ପୁଚି ଖେଳିଥାନ୍ତି । ଚାନ୍ଦ ପୂଜା ଓଡିଆ ଘରର ଗୋଟିଏ ଅନନ୍ୟ ପରମ୍ପରା ହୋଇ ରହିଛି ଆସିଛି । ଘରେ ଘରେ ପିଠାପଣା ଚୁଡାଘଷା ଖିରି ଆଦି କରାଯାଇ ସନ୍ଧ୍ୟାରେ ଚାନ୍ଦ ପୂଜା କରି କୁମାରୀ କନ୍ୟା ମାନେ ପ୍ରସାଦ ସେବା ପରେ ମାସକ ଯାକର ଉପବାସ ଉଜ୍ଜାପିତ କରିଥିଲେ।

Comments are closed.