କୃଷି ବୈଜ୍ଞାନିକ କେନ୍ଦ୍ରରେ କୃଷକ ପରାମର୍ଶ ଶିବିର ଉଦ୍ଦଘାଟିତ 

ସୁଆଣ୍ଡୋ : ପୁରୀ ଜିଲା କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀଗୋପାଳ କାର୍ୟ୍ୟାଳୟ ପରିସରରେ ମଙ୍ଗଳବାର କୃଷକ ପରାମର୍ଶ ଶିବିର ଉଦ୍ଦଘାଟିତ ହୋଇଯାଇଛି । ଏଥିରେ କୃଷି କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ମୁଖ୍ୟ ଡ ସଞ୍ଜୟ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । ଏହି କାର୍ୟ୍ୟକ୍ରମଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରବର୍ତ୍ତିତ ଓ ପାଣିପାଗ ସହିତ ନମନୀୟତା ରଖି ପାରୁଥିବା ଜ୍ଞାନ କୌଶଳ ପ୍ରଣାଳୀର ପ୍ରଚାର ଓ ପ୍ରସାର ପାଇଁ ଏକ ସାମୁହିକ ସଚେତନତା ଶିବିର କରାଯାଇ ଥିଲା । ୧୦୦ ଜଣ ଚାଷୀ ଏହି ଶିବିରରେ ଯୋଗ ଦେଇଥିଲେ । ବିଭିନ୍ନ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କ ସହିତ ଆଭାସି ମାଧ୍ୟମରେ ଉପସ୍ଥିତ ଚାଷୀ ମାନେ ଆଲୋଚନା କରିଥିଲେ । ଜଳବାୟୁ ପରିବର୍ତ୍ତନ ହେବା ସହିତ କୁପୋଷଣ ଦୂର କରିବାରେ ସାହାଯ୍ୟ କରିପାରୁଥିବା ୩୫ଟି କିସମର ବିହନ ଶିବିରରେ ଉଦ୍ଦଘାଟନ କରାଯାଇଥିଲା । କାର୍ୟ୍ୟକ୍ରମଟିରେ ଡ ଅମ୍ବିକା ପ୍ରସାଦ ନାୟକ ( ମତ୍ସ୍ୟ ) କୃଷି ଯାନ୍ତ୍ରିକ ଦୀପଶିଖା ପରମଜିତା କୃଷି ସଂପ୍ରସାରଣ ଅଧିକାରୀ ସୋନିକା ରାଣୀ ସେଠୀ ପ୍ରମୁଖ ବୈଜ୍ଞାନିକ ଓ ଅଧିକାରୀ ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Comments are closed.