ଜନ୍ମମାଟିରେ ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବ

ଭାର୍ଗବୀନଦୀରେ ତିଳତର୍ପଣ ଷଠିଘରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ସୁଆଣ୍ଡୋ :  ଆଜି ହେଉଛି ପୁଣ୍ୟାତ୍ମା ତଥା ସମାଜର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ଉତ୍କଳମଣିଙ୍କ ଜନ୍ମମାଟି ସୁଆଣ୍ଡୋରେ ଗୋପବନ୍ଧୁ ସ୍ମୃତିପରିଷଦ ଆନୁକୂଲ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି ।

ଏହି ଅବସରରେ ଷଠିଘର ଠାରୁ ସ୍ମୃତିପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସଙ୍କ ନେତୃତ୍ବରେ ତିଳତର୍ପଣ ଯାତ୍ରା ଆରମ୍ଭ ହୋଇ ଭାର୍ଗବୀ ନଦୀ ଘାଟରେ ପହଞ୍ଚି ଥିଲା । ନଦୀ ଘାଟରେ ଶ୍ରଦ୍ଧାଳୁମାନେ ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରିଥିଲେ ।ଏଥିରେ ସମାଜସେବୀ ରତିକାନ୍ତ ମିଶ୍ର ରବୀନ୍ଦ୍ର ନାଥ ଦାଶ ନିରଞ୍ଜନ ମହାପାତ୍ର ଶରତ କୁମାର ଦାଶ ମହେନ୍ଦ୍ର ନାଥ ଦାଶ ରାମକୃଷ୍ଣ ଦାଶ ଶିକ୍ଷକ ଶିଖର ବେହେରା ଲକ୍ଷ୍ମଣ ଦାଶ ପୂର୍ଣ୍ଣଚନ୍ଦ୍ର ଦାଶ ଲକ୍ଷ୍ମୀକାନ୍ତ ନନ୍ଦ ଓ ରାମ ଦାଶ ପ୍ରମୁଖ ତିଳତର୍ପଣରେଳପଥ ଅଂଶଗ୍ରହଣ କରିଥିଲେ । ମା କ୍ଷେତ୍ରପାଳି ମୃଦଙ୍ଗ ନୃତ୍ୟପରିଷଦର ସଭାପତି ରମେଶ ଚନ୍ଦ୍ର ପଲେଇ ଓ ତାଙ୍କ ସାଥୀମାନେ ତିଳତର୍ପଣ ଯାତ୍ରା ସମୟରେ ସଂକୀର୍ତ୍ତନ ପରିବେଷଣ କରିଥିଲେ । ଅତିଥିମାନେ ଷଠିଘରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗୋପ କବିତା ଆବୃତ୍ତି କରିଥିଲେ । ନଦୀଘାଟରେ ସମବେତ ଗୋପବନ୍ଧୁ ପ୍ରେମୀମାନେ ଗୋପବନ୍ଧୁ ଅମର ରହେ ସ୍ଲୋଗାନ ଦେଇଥିଲେ । ପୁରୋହିତ ଅକ୍ଷୟ କୁମାର ମିଶ୍ର ବେଦମନ୍ତ୍ର ପାଠ କରିବା ସହ ତିଳ ତର୍ପଣ କର୍ମ କରାଇଥିଲେ । କୋଭିଡ କଟକଣା ମଧ୍ୟରେ ଏହା ଅନୁଷ୍ଠିତ ହୋଇଥିଲା

Comments are closed.