ମଙ୍ଗଳାଙ୍କ ଗ୍ରାମ ପରିକ୍ରମା ପରମ୍ପରା

ସୁଆଣ୍ଡୋ: ଓଡିଶା ଏମିତି ଗୋଟିଏ ରାଜ୍ୟ ଏଠାରେ ଐତିହ୍ୟ, ସଂସ୍କୃତି ଓ ପରମ୍ପରାଗୁଡିକ ଜନଜୀବନ ସହିତ ଓତଃପ୍ରୋତ ଭାବେ ଜଡିତ ହୋଇ ରହିଛି। ଅନେକ ପରମ୍ପରା ମଧ୍ୟରୁ କାକଟପୁର ମଙ୍ଗଳାଙ୍କ ଗ୍ରାମ ପରିକ୍ରମା ପରମ୍ପରାକୁ ଏକ ନିଆରା ଢଙ୍ଗରେ କରାଯାଇଥାଏ। ଫାଲଗୁନ ଓ ଚୈତ୍ର ମାସରେ ମା’ଙ୍କ ଗ୍ରାମ ପରିକ୍ରମା ଯାତ୍ରା ଅନୁଷ୍ଠିତ ହୋଇଥାଏ।

ଗୋଟିଏ ନିର୍ଦ୍ଦିଷ୍ଟ କାଠ ଦଣ୍ଡରେ ମାଆଙ୍କ ନାଲି ପାଟକନା ଫୁଲ ସିନ୍ଦୁର ଲଗା ଯାଇଥାଏ। ଜନୈକ ବ୍ୟକ୍ତି ଘଣ୍ଟ ବଜେଇ ଗ୍ରାମରେ ପ୍ରବେଶ କରିଥାନ୍ତି। ମହିଳାମାନେ ଗ୍ରାମଦାଣ୍ଡ ମଝିରେ ଗୋବରପାଣିରେ ଲିପାପୋଛା କରି ପିଢାଟିଏ ପକାନ୍ତି। ଏହି ପିଢା ଉପରେ ମାଆଙ୍କୁ ବସାଇଥାନ୍ତି। ଗ୍ରାମବାସୀମାନେ ପ୍ରତି ଘରୁ ଚାଉଳ, ନଡିଆ, ପରିବା, ଖଇକୋରା ନାନାଦି ମିଷ୍ଟାନ୍ନ ଆଣିଥାନ୍ତି। ସେବକ ତାହାକୁ ଭୋଗ ଲାଗି କରିଥାନ୍ତି। ମହିଳାଙ୍କଠାରୁ ଆରମ୍ଭ କରି ପୁରୁଷ ଓ ପିଲାମାନେ ମା’ଙ୍କ ନିକଟରେ ଆଭୂମ ପ୍ରଣାମ କରନ୍ତି। ଘଣ୍ଟବାଜି ମଙ୍ଗଳାଙ୍କ ସ୍ତୁତି ସେବକଙ୍କ ଉଦ୍ଦଣ୍ଡ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ରବିବାର ନିରାକାରପୁରର ନରହରି ମହାପାତ୍ର( ୬୦ ) ମା’ଙ୍କ ପ୍ରତୀକଙ୍କୁ ନେଇ ଗ୍ରାମ ପରିକ୍ରମଣ କରୁଥିବା ଦେଖିବାକୁ ମିଳିଥିଲା। ୪୫ ବର୍ଷ ଧରି ମା’ଙ୍କ ସେବା ତଥା କୌଳିକ ବୃତ୍ତି କରି ଆସୁଛନ୍ତି ବୋଲି ନରହରି କହିଥିଲେ।

Comments are closed.