ସମାଜସେବୀ ରାଜକିଶୋର ସାବତଙ୍କ ପରଲୋକ

ସୁଆଣ୍ଡୋ: ସମାଜସେବୀ ରାଜକିଶୋର ସାବତ( ୫୮ ) ବର୍ଷ ବୟସରେ କରୋନାରେ ପିଡ଼ୀତ ହୋଇ ରବିବାର ତାଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ବରର ଏକ ବେସରକାରୀ ହାସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ସେ ଦୃଷ୍ଟିହୀନ ଥାଇ ଅନ୍ଧ ମୁକ ବଧିର କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଥିଲେ । ତାଙ୍କ କର୍ମମୟ ଜୀବନରେ ଦୃଷ୍ଟିହୀନ ସିଟି ବିଏଡ୍ ଏମଇଟି ତାଲିମ କଲେଜ ଦାତବ୍ୟ ଚିକିତ୍ସାଳୟ ରତ୍ନାକର ଯୁକ୍ତ ଦୁଇ କଲେଜ କୋଣାର୍କରେ ଇଂରାଜୀ ମିଡିୟମ ସ୍କୁଲ ସେ ନିଖିଳ ଉତ୍କଳ ଦୃଷ୍ଟିହୀନ ସଂଘ ସଭାପତି ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ଅର୍ଗାନାଇଜେସନ ପ୍ରତିଷ୍ଠାତା ସଭାପତି ଓ ଦୃଷ୍ଟିହୀନ ଆଶ୍ରୟସ୍ଥଳ ପରିଚାଳନା କରୁଥିଲେ । ରାଜ୍ୟସ୍ତରୀୟ ଭିନ୍ନକ୍ଷମ କ୍ରିଡା ପ୍ରତିଯୋଗିତା କରି ଆସୁଥିଲେ। ବିଭିନ୍ନ ସାଂସ୍କୃତିକ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ । ଜଣେ ସୁବକ୍ତା ଥିଲେ। ଭିନ୍ନକ୍ଷମ ଅଲୋଡା ନୁହଁନ୍ତି। ସେମାନେ ଜାତି ସଂପଦ ବୋଲି ସ୍ୱର୍ଗତ ସାବତ କହିଥାନ୍ତି। ସେ ଅବିବାହିତ ଥିଲେ । ପୁରୀଜିଲା ନିମାପଡ଼ା ଅନ୍ତର୍ଗତ ଡେଣୁଅ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ରାଜ୍ୟ ଜଣେ ବିଶିଷ୍ଟ ସମାଜସେବୀ ତଥା ଭଲ ମଣିଷଙ୍କୁ ସବୁଦିନ ପାଇଁ ହରାଇଲା

Comments are closed.