ମାଟିତଳୁ ବାହାରିଲା ପିତଳ ଚକ୍ର

ସୁଆଣ୍ଡୋ: ପୁରୀଜିଲା ସତ୍ୟବାଦୀ ଥାନା ବଳପୁର ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ମିଲ ଘର ପଛପଟ ବାଡି ମାଟି ତଳୁ ଗୋଟିଏ ପିତଳ ଚକ୍ର ବାହାରିଥିବା ଜଣାପଡିଛି । ଏହାକୁ ଦେଖିବା ପାଇଁ ରବିବାର ସକାଳୁ ସହସ୍ରାଧିକ ଲୋକଙ୍କ ସମାଗମ ହୋଇଥିଲା।
ବଳପୁର ଗ୍ରାମର ରବିନାରାୟଣ ପଣ୍ଡା ଓ ତାଙ୍କ ପତ୍ନୀ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଦିନ ଦୁଇଟା ବେଳେ ଚାରିଫୁଟ ମାଟି ଖୋଳା ଯିବା ପରେ ଗୋଟିଏ ପିତଳ ଚକ୍ର ବାହାରିଥିଲା। ଚାରିମଣ୍ଡଳ ସଂକୀର୍ତ୍ତନ ମଣ୍ଡଳି ଓ ଚାରିଜଣ ପୁରୋହିତ ପୂଜାପାଠ କରିଥିଲେ। ତେବେ ସେହି ଚକ୍ରକୁ ଦେଖି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଖବରପାଇ ସତ୍ୟବାଦୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବଳିଆ ପଣ୍ଡା ଓ କୁନ ମହାରଣାଙ୍କୁ ଥାନାରେ ଅଟକ ରଖିଛି।

Comments are closed.