ହାଇମାଷ୍ଟ ଆଲୋକରେ ଝଲସିଲା ଉତ୍କଳମଣିଙ୍କ ଜନ୍ମପୀଠ

ସାଖୀଗୋପାଳ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ଏବେ ହାଇମାଷ୍ଟ ଆଲୋକରେ ଝଲସୁଛି। ୫ଟି ସଚୀବ ଭି.କେ ପାଣ୍ଡିଆନଙ୍କ ଗସ୍ତ ପରେ ସୁଆଣ୍ଡୋ ଅଞ୍ଚଳର ବିଭିନ୍ନ ସ୍ଥାନରେ ହାଇମାଷ୍ଟ ଆଲୋକ ବ୍ୟବସ୍ଥା କରାଯାଇଛି। ସୁଆଣ୍ଡୋ ବ୍ରିଜ, ଉତ୍କଳମଣିଙ୍କ ଜନ୍ମପୀଠକୁ ଯାଇଥିବା ଚନ୍ଦନ ପୁର ବ୍ରାଞ୍ଚ କେନାଲ ରାସ୍ତା ଓ ସୁଆଣ୍ଡୋ ଗ୍ରାମରେ ହାଇମାଷ୍ଟ ଆଲୋକ ଲାଗିଛି। ବିଜୁଳି ଆଲୋକରେ ଏହି ଅଞ୍ଚଳ ଏବେ ଝଲମଲ ଦିଶୁଛି। ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ସତ୍ୟବାଦୀରେ ଏନେଇ ଆନନ୍ଦ ପ୍ରକାଶ ପାଇଛି।

Comments are closed.