ମୋ ସଂସାର ଉଜାଡି ଦେଲା କରୋନା ; ଚିନ୍ତାରେ ଦୁଗ୍ଧ ଚାଷୀ

ସୁଆଣ୍ଡୋ : କରୋନା କବଳରେ ଓଡ଼ିଶା। ରାଜ୍ୟରେ କରୋନା ଭୟଙ୍କର ଚକ୍ରବ୍ୟୁହ ରଚିଲେଣି। ମାହାମାରୀ ଆଡକୁ ଓଡ଼ିଶା ଯାଉଛି ବୋଲି କୁହାଯାଉଛି। ଏଥିରୁ ବର୍ତ୍ତିବା ପାଇଁ ଲକ ଡାଉନ ସଟ ଡାଉନ ରେଡ ଜୋନ୍ ୟେଲୋ ଗ୍ରୀନ ଆଦି ରାଇଜ ସାରା କରାଯାଇଛି। ସମସ୍ତଙ୍କୁ ଘରେ ରହିବାକୁ କୁହାଯାଉଛି। ଏପରି ସଙ୍ଗୀନ ଅବସ୍ଥାରେ ସମସ୍ତଙ୍କ ସହିତ ବିଚରା ମଇଁଷି ଚରେଇ ପେଟ ପୋଷୁଥିବା ମଣିଷଟି ଦୟନୀୟ ଅବସ୍ଥାରେ ବଞ୍ଚିଛି। ପୁରୀ ଜିଲା ସତ୍ୟବାଦୀବ୍ଲକ ଅନ୍ତର୍ଗତ ବଳପୁର ଗ୍ରାମର ବୁଦ୍ଧିଆ ବେହେରା ବାଇଶିଟି ମଇଁଶି ପାଳିଛନ୍ତି। ସେ ଦିନକୁ ୨୦/ ୨୫ ଲିଟର କ୍ଷୀର ମଇଁଷିଙ୍କ ଠାରୁ ପାଇ ଥାନ୍ତି। କ୍ଷୀର ଲିଟର ୬୦ / ୬୫ ଟଙ୍କାରେ ବେପାରୀଙ୍କୁ ବିକି ଥାନ୍ତି। ସେହିପରି ଘିଅ କିଲୋ ୨୫୦୦ ଟଙ୍କାରେ ବିକନ୍ତି। ଏବେ ଲକ ଡାଉନ ହବା ଦିନଠାରୁ କ୍ଷୀର ଘିଅ ବିକ୍ରି ବନ୍ଦ ହୋଇ ଯାଇଛି। ଘିଅ କରି ରଖିଛୁ ତାହା ବି ବିକ୍ରି ହେଉନି। ବଡ କଷ୍ଟରେ ଚଳୁଛୁ। ଲକ ଡାଉନ ଉଠିଲେ ସିନା ଯାହା ହବ। ବାତ୍ୟାରେ ଗୁହାଳ ଭାଙ୍ଗି ଯାଇଛି ଯେ ଏ ଯାଏ ତିଆରି କରି ପାରିନାହାଁନ୍ତି ବୋଲି ବୁଦ୍ଧିଆ କହନ୍ତି। ତେବେ ସରକାର ଏହିପରି ଦୁଃଖ କଷ୍ଟରେ ଘାଣ୍ଟି ହେଉଥିବା ଗରିବ ଲୋକଙ୍କୁ ସାହାଯ୍ୟ ଯୋଗାଇ ଦେବାପାଇ ସାଧାରଣରେ ଦାବି ହେଉଛି।

Comments are closed.