ବ୍ଲକସ୍ତରୀୟ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

0

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ବୀରଗୋବିନ୍ଦ ପୁର ହାଇସ୍କୁଲ ପରିସରରେ ଗ୍ରାମ୍ୟ କୃଷି ବିକାଶ ପରିଷଦ ଆନୁକୁଲ୍ୟରେ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ନାବାର୍ଡ ସହଯୋଗରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜଳ ସଂରକ୍ଷଣ ଓ ବୃକ୍ଷରୋପଣ ସମ୍ପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ନାବାର୍ଡର ଆଞ୍ଚଳିକ ପ୍ରବନ୍ଧକ ପ୍ରବୀର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ପରିବେଶକୁ ସୁରକ୍ଷିତ କରି ରଖିବାକୁ ହେଲେ ବୃକ୍ଷରୋପଣ କରାଯିବା ଦରକାର ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । କୃଷକ କ୍ଲବ ପକ୍ଷରୁ ବିଭୁଦତ୍ତ ପ୍ରଧାନ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ସବିତା ମିଶ୍ର, ଫରେଷ୍ଟର ପ୍ରଦୀପ୍ତ କୁମାର ପଟ୍ଟନାୟକ, ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭାରେ ଶିକ୍ଷାବୀତ ନବ କିଶୋର ନନ୍ଦ ସଭାପତିତ୍ବ କରିଥିଲେ । ବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ସମ୍ପାଦକ ପ୍ରଦୀପ ପାହାନ୍ତାସିଂ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Leave A Reply