ଭାର୍ଗବୀ ନଦୀବନ୍ଧ ସ୍ଥିତି ସମୀକ୍ଷା କରି ସନ୍ତୋଷ ପ୍ରକାଶ କଲେ ଜଳସଂପଦ ବିଭାଗ ପ୍ରମୁଖ ସଚିବ

ସୁଆଣ୍ଡୋ :  ଭାର୍ଗବୀନଦୀର ଉଭୟପାର୍ଶ୍ବ ବନ୍ଧ ସ୍ଥିତି ସମ୍ପର୍କରେ ବୁଧବାର ବିଭାଗୀୟ ପ୍ରିନ୍ସିପାଲ ସେକ୍ରେଟେରୀ ଅନୁ ଗର୍ଗ ଓ ଅଧିକାରୀମାନେ ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି । ନଦୀ ବନ୍ଧର ବିଭିନ୍ନ ଦୁର୍ବଳ ସ୍ଥାନ ଗୁଡ଼ିକୁ ପ୍ରିନ୍ସିପାଲ ସେକ୍ରେଟାରୀ ଓ ଜଳସଂପଦ ବିଭାଗ ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ମହାନଦୀ ବନ୍ୟା ନିୟନ୍ତ୍ରଣ ନିମ୍ନ ଅବବାହିକାର ପରିଚାଳକ ଇ.ସୁଶାନ୍ତ ରଥ ଇ.ଲଡୁକିଶୋର ସାବତ ଜିଲାପାଳ ବଲୱନ୍ତ ସିଂହ ଇ. ଯୁଗଳ କିଶୋର ତ୍ରିପାଠୀ ଚିଫ୍ କନଷ୍ଟ୍ରକସନ ନିର୍ବାହୀଯନ୍ତ୍ରୀ କାନପୁର ଇ.ମହେନ୍ଦ୍ର କୁମାର ଭୁୟାଁ ପୁରୀ ଡ୍ରେନେଜ ନିର୍ବାହୀଯନ୍ତ୍ରୀ ଭଗବାନ ଦାଶ ନିର୍ବାହୀଯନ୍ତ୍ରୀ ଶଶୀଭୁଷଣ ମିଶ୍ର ଇ.ବିପିନ ସାହୁ ପ୍ରାକ୍ତନ ନିର୍ବାହୀଯନ୍ତ୍ରୀ ଇ. ପ୍ରମୋଦ କୁମାର ରାଉତ ଇ. ପ୍ରମୋଦ କୁମାର କୋଦାମସିଂ ଉପଖଣ୍ଡ ଅଧିକାରୀ ରଘୁନାଥ ସ୍ୱାଇଁ ବଳଙ୍ଗା ଉପଖଣ୍ଡ ଅଧିକାରୀ ରାକେଶ କୁମାର ମଲ୍ଲିକ ଓ କନିଷ୍ଠ ଏବଂ ସହକାରୀ ଯନ୍ତ୍ରୀମାନେ ସମୀକ୍ଷାରେ ଅଂଶଗ୍ରହଣ କରିଥିଲେ । ବିଭାଗୀୟ ଇଞ୍ଜିନିୟର ମାନଙ୍କର ସମୟୋଚିତ ପ୍ରଚେଷ୍ଟା ଓ ଜିଲ୍ଲାପାଳ ତଥା ପ୍ରଶାସନର ପଦକ୍ଷେପ କୁ ଅଧିକାରୀ ମାନେ ପ୍ରଶଂସା କରିଥିଲେ ବୋଲି ଉପଖଣ୍ଡ ଅଧିକାରୀ ଶ୍ରୀ ମଲ୍ଲିକଙ୍କ ଠାରୁ ପ୍ରକାଶ ।

Comments are closed.