ଉତ୍କଳୀୟ କଳା ସଂସ୍କୃତିର ବିକାଶ କରିବା ଲକ୍ଷ୍ୟରେ କୁନି କଳାକାର ମାନ୍ୟତା ଦାଶ

ସୁଆଣ୍ଡୋ : ଓଡିଶାର କଳା କାରୁକାର୍ଯ୍ୟର ଉତ୍କର୍ଷତା ସାରା ଦେଶରେ ବିଦିତ । ଉତ୍କଳୀୟ କଳା ସଂସ୍କୃତିର ବିକାଶ କରିବା ଲକ୍ଷ୍ୟ ନେଇ ମାତ୍ର ଦଶ ବର୍ଷର ଓଡ଼ିଆ ଝିଅ ମାନ୍ୟତା ଦାଶ ସାଧନାରତ । ବେଙ୍ଗାଲୁରର ଖ୍ରୀଷ୍ଟ ଏକାଡେମୀ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ମାନ୍ୟତା ପିଲାଟି ଦିନରୁ ଚିତ୍ର କରିବା ଆରମ୍ଭ କରିଛନ୍ତି । ଅଦ୍ୟାବଧି ସେ ସହସ୍ରାଧିକ ଚିତ୍ର ଆଙ୍କି ସାରିଲେଣି । ସ୍ୱଚ୍ଛ ଭାରତ ମିଶନ କୁ ନେଇ ତାଙ୍କର ଏକ ଚିତ୍ର ଜାତୀୟସ୍ତରରେ ପୁରସ୍କୃତ ହୋଇ ସାରିଛି । ସେହିପରି ବେଙ୍ଗାଲୁରୁର ବିଭିନ୍ନ ଅନୁଷ୍ଠାନ, ଓଡ଼ିଶାର ଉତ୍କଳ ସ୍ଵାଭିମାନ ମଞ୍ଚ, ଗୋପବନ୍ଧୁ ସ୍ମୃତିପରିଷଦ ଭୁବନେଶ୍ବର ସାଗରିକା ସେବା ପ୍ରତିଷ୍ଠାନ ପକ୍ଷରୁ ତାଙ୍କ ଚିତ୍ର ଗୁଡିକ ପ୍ରଶଂସିତ ହୋଇଛି ।

ମାନ୍ୟତାଙ୍କ ଚିତ୍ରକଳାକୁ ଦେଖି ତାଙ୍କ ମାଆ ମଧୁସ୍ମିତା ରଥ କହନ୍ତି ପାଠ ପଢିବା ସହିତ ଚିତ୍ର ଆଙ୍କିବା ମାନ୍ୟତାର ନିତି ଦିନିଆ ଅଭ୍ୟାସ । ସେ ଆର୍ଟ ସମ୍ପର୍କରେ ଶିକ୍ଷା ଗ୍ରହଣ ମଧ୍ୟ କରୁଛି ଏବଂ ଆଗକୁ ଉତ୍କଳୀୟ କଳା ସଂସ୍କୃତିର ବିକାଶ ତାର ଏକ ବଡ ଲକ୍ଷ୍ୟ । ମାନ୍ୟତାଙ୍କ ଜନ୍ମସ୍ଥାନ  ହେଉଛି ପୁରୀଜିଲା ସୁଆଣ୍ଡୋ ଗ୍ରାମରେ । ମାନ୍ୟତା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବଂଶଜ ଅଟନ୍ତି । ତାଙ୍କ ବାପା ଜଣେ କମ୍ପ୍ୟୁଟର ଇଞ୍ଜିନିୟର । ସେ ବେଙ୍ଗାଲୁରୁରେ କାର୍ଯ୍ୟ କରୁଥିବା କାରଣରୁ ମାନ୍ୟତା ମଧ୍ୟ ସେହିଠାରେ ରହୁଛନ୍ତି । ନିଷ୍ଠାର ସହ ସାଧନା ଜାରି ରଖିଲେ ମାନ୍ୟତା ଦିନେ ପ୍ରତିଭାବାନ କଳାକାର ହୋଇ ପାରିବେ ବୋଲି ଗୁରୁଜନମାନେ କହନ୍ତି ।

Comments are closed.