ଗାଡିରେ ଗୋରୁ ଚୋରା ଚାଲାଣ, ଆସାମୀ ଅଟକ

ସୁଆଣ୍ଡୋ : ପୁରୀଜିଲାର ଅଳଗୁମ ଅଞ୍ଚଳରୁ ଗୋଟିଏ ଟାଟା ଏସି ଗାଡିରେ ଗୋରୁ ଚାଲାଣ ବେଳେ ବେପାରୀ ଓ ଗାଡିକୁକୁ ପୁଲିସ ଅଟକ ରଖିଛି । ଘଟଣାରୁ ଜଣାପଡିଛି ଯେ ଅଳଗୁମ ଅଞ୍ଚଳରୁ ପାଞ୍ଚଟି ଅଣ୍ଡିରା ଦାମୁଡି ଓ ଗାଈଙ୍କୁ ଦଉଡିରେ ବାନ୍ଧି ବୁଧବାର ସନ୍ଧ୍ୟା ବେଳେ ଗାଡିରେ ଲଦି ବେପାରୀ ନେଉଥିଲେ । ଗାଈଗୋରୁଙ୍କ ରଡି ଶୁଣି ଗ୍ରାମର ସନାତନ ଜେନା, ଧୀରେନ୍ଦ୍ର ପ୍ରଧାନ, ତିରୁପତି ଜେନା, ଭରତ ସେଠି, ପ୍ରିତିଶ ସାହୁ, ରବି ମହାରଣା ପ୍ରମୁଖ ଗାଡିକୁ ଅଟକାଇବାରୁ ଘଟଣା ସମ୍ପର୍କରେ ଜାଣିଥିଲେ । ବେପାରୀଙ୍କୁ ଯୁବକମାନେ ଅଟକ ରଖିଥିଲେ । ସାଙ୍ଗେ ସାଙ୍ଗେ ସତ୍ୟବାଦୀ ଥାନାରେ ଗ୍ରାମବାସୀଙ୍କ ପକ୍ଷରୁ ତିରୁପତି ଜେନା ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବେପାରୀ ଓ ଗୋରୁ ଗାଡିକୁ ଥାନାକୁ ଆଣିଥିଲେ । ପଟ୍ଟନାୟିକିଆ ନିକଟ ଗୋଶାଳାରେ ସମସ୍ତ ଗୋରୁ ମାନଙ୍କୁ ଛଡା ଯାଇଥିବା ବେଳେ ଗୋରୁ ବେପାରୀକୁ ଥାନାରେ ଅଟକ ରହିଛି । ସତ୍ୟବାଦୀ ଅଞ୍ଚଳରେ ଅସାଧୁ ବେପାରୀ ଦଲାଲ ଅବାଧ ଗୋରୁ ଚାଲଣ କରୁଛନ୍ତି ଓ ଏହା ବନ୍ଦ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି

Comments are closed.