ବୃକ୍ଷ ରୋପଣର ସୁଫଳ ମିଳିବାରେ ବାଧକ ସାଜିଛନ୍ତି ଛେଳି

ସୁଆଣ୍ଡୋ: ଗଛ ପୋତିବା ମଣିଷର ଏକ ଧର୍ମ। ରାଜ୍ୟରେ ପ୍ରତିବର୍ଷ କୋଟି କୋଟି ଗଛ ପୋତା ଯାଉଛି । ଗଛଟିଏ ପୋତି ତାକୁ ବଞ୍ଚେଇ ବଡ କରିବା ଏବେ କଷ୍ଟକର ହୋଇ ପଡ଼ିଲେଣି।  ନିଜ ପିଲାଛୁଆଙ୍କୁ  ଲାଳନ ପାଳନ କରିବା ଭଳି ବୃକ୍ଷଟି ପାଇଁ ମଧ୍ୟ ସମାନ ନୀତି ଆପଣା ଯାଇଥାଏ। ଏବେ  ଛେଳିଙ୍କ ଦୌରାତ୍ମ୍ୟ ପାଇଁ ଗଛଟିଏ ପୋତି ବଞ୍ଚେଇ ରଖିବା ସମ୍ଭବ ହେଉନି ବୋଲି ଲୋକମାନେ ଅଭିଯୋଗ କରୁଛନ୍ତି। ସରକାରଙ୍କ ଠାରୁ ଋଣ କରି କେତେକ ଛେଳି ଚାଷ କରିଥିବା ବେଳେ ଆଉ କେତେକ ନିଜ ଉଦ୍ୟମରେ ଛେଳି ରଖିଛନ୍ତି। ଛେଳିଙ୍କ ଖାଦ୍ୟ ମାଲିକ ମାନେ କିଣନ୍ତି ନାହିଁ କି ଘାସ କାଟି  ଖୁଆନ୍ତି ନାହିଁ । ସକାଳ ହେଲେ ଛେଳି ପହ୍ଲଙ୍କୁ ଗୁହାଳରୁ ଫିଟାଇ ବାହାରକୁ ଛାଡି ଦିଅନ୍ତି। ଯାହାଦ୍ୱାରା ସେମାନେ ଯୁଆଡେ ଚାହିଁଲେ ଏଣେ ତେଣେ ବୁଲି ଗଛ ପତ୍ର ବାଡି ବଗିଚାର ଫସଲ ସବୁ ଖାଇ ଯାଉଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ସରକାର ଓ ବାଡି ବଗିଚାରେ ସାଧାରଣ ଲୋକମାନେ ପୋତିଥିବା ଗଛ ଗୁଡ଼ିକ ଖାଇ ପଦା କରି ଯାଉଛନ୍ତି। ଗଛ ପୋତିବା ଆଗରୁ ତାହା କିପରି ଛେଳିଙ୍କ ଦାଉରୁ ରକ୍ଷା ପାଇବ ସେଥିପାଇଁ ଧ୍ୟାନ ଦିଆଯାଉ। ଲୋକମାନେ ଛେଳିଙ୍କ ଡରରେ ଆଉ ଗଛ ପୋତୁ ନାହାଁନ୍ତି । ରାଜ୍ୟରେ ବୃକ୍ଷରୋପଣ କେତେ ସଫଳ ବା ବିଫଳ ହୋଇଛି ତାହା ସରକାର ତଦନ୍ତ କରନ୍ତୁ ବୋଲି ଦାବି ହେଉଛି।

Comments are closed.