ଉଜୁଡ଼ି ଯାଇଛି ବେଉସା ; ମୁଣ୍ଡରେ ମୁଣ୍ଡେଇ ଗାଁ ଗାଁରେ ଝାଡୁ ବିକୁଛନ୍ତି ମହିଳା

ସୁଆଣ୍ଡୋ : କରୋନା ମହାମାରୀ ଯୋଗୁ ବିଶ୍ୱ ଆଜି ସ୍ତବ୍ଧ । ସବୁଆଡେ ଆତଙ୍କର ବାତାବରଣ । ସଂକ୍ରମଣ କୁ ନିୟନ୍ତ୍ରଣ କରିବା ପାଇଁ ପଚାଶ ଦିନ ହେଲାଣି ଦେଶ ତମାମ ଲକ ଡାଉନ । ଏହାରି ଭିତରେ କେତେକ ନିଜର କୌଳିକ ବୃତ୍ତିରେ ଝାଡୁ ପଟି ବୁଣି ବଞ୍ଚୁଥିବା ଗରିବ ଲୋକମାନଙ୍କ ବେପାର ବୁଡି ଗଲାଣି । ସେମାନଙ୍କ ଦୈନନ୍ଦିନ ଜୀବନ ଜୀବିକା ଉଜୁଡି ଯିବାରୁ ଅସୁବିଧାରେ କାଳାତିପାତ କରୁଥିବା ଦେଖା ଯାଇଛି । ପୁରୀଜିଲା ସତ୍ୟବାଦୀବ୍ଲକ ବଳପୁର ଗ୍ରାମ ଦଳିତ ବସ୍ତିର ଆଠଟି ପରିବାର ଖଜୁରୀ ପତ୍ରରୁ ପଟି ବୁଣିବା ସହିତ ଝାଡୁ ତିଆରି କରିଥାନ୍ତି । ତାକୁ ମେଳଣ ହାଟ ବଜାର ମାନଙ୍କରେ ବିକ୍ରି କରି ପେଟ ପୋଷିଥାନ୍ତି । କରୋନା କଟକଣା ଯୋଗୁ ହାଟ ବଜାର ବନ୍ଦ । ବେପାରୀ ମାନେ ବି ତାଙ୍କ ପାଖକୁ ଆସୁ ନାହାନ୍ତି । ସେମାନଙ୍କର ବେପାର ବନ୍ଦ ହୋଇଯାଇଛି । ଏହାରି ମଧ୍ୟରେ ପରିବାର ଚଳେଇବା କଷ୍ଟକର ହେଉଥିବାରୁ  ମୁଣ୍ଡରେ ଝାଡୁ ମୁଣ୍ଡେଇ ଗାଁ ଗାଁରେ ବୁଲି ବିକୁଛନ୍ତି । ଯେଉଁ ଝାଡୁ ମୁଠାକୁ ପଚିଶ ଟଙ୍କାରେ ଆଗରୁ ବିକୁଥିଲେ ଏବେ ଆଠ/ଦଶ ଟଙ୍କାରେ ବିକୁଛନ୍ତି ବୋଲି କହନ୍ତି । ସରକାର ଗରିବଙ୍କ କଲ୍ୟାଣ ପାଇଁ ଅନେକ ଲୋକାଭିମୁଖୀ ଯୋଜନା କରୁଛନ୍ତି । ତେବେ ଏହି ଦଳିତ ଶ୍ରେଣୀର ଗରିବ ମାନଙ୍କ ପ୍ରତି ନଜର ଦେବାକୁ କୁହାଯାଉଛି ।

Comments are closed.