ସାକ୍ଷୀଗୋପାଳ ମନ୍ଦିରରେ ନୃସିଂହ ଚତୁର୍ଦ୍ଦଶୀ ପାଳିତ

ସୁଆଣ୍ଡୋ : ପୁରୀ ଜିଲା ବୈଷ୍ଣବ କ୍ଷେତ୍ର ଭାବେ ପରିଚିତ ସତ୍ୟବାଦୀ ସାକ୍ଷୀଗୋପୀନାଥ ଦେବଙ୍କ ମନ୍ଦିରରେ ଶ୍ରୀ ନୃସିଂହ ଚତୁର୍ଦ୍ଦଶୀ ନୀତିକାନ୍ତି ବୁଧବାର ପାଳିତ ହୋଇଯାଇଛି।  ଠାକୁରଙ୍କ ଦୈନିକ ନୀତି ସରିବା ପରେ ଶ୍ରୀ ନୃସିଂହ ଙ୍କ ଜନ୍ମବିଧି କର୍ମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମହାପ୍ରଭୁଙ୍କୁ ଚନ୍ଦନ ଅଳଙ୍କାର ଲାଗି ପରେ ଅଭିଷେକ ନୃସିଂହ ସ୍ତୋତ୍ର ସହିତ ବେଦ ମନ୍ତ୍ର ପାଠ ପଣା ଭୋଗ ଲାଗି କରାଯାଇଥିଲା। ମନ୍ଦିର ପୂଜାପଣ୍ଡା ନାରାୟଣ ମହାପାତ୍ର ସିଂହାରୀ ରଣଜିତ ପତ୍ରୀ ଓ ବେଶ ସହଯୋଗୀ ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ସମ ଦୂରତା ରଖି ଦେବନୀତି ସମ୍ପାଦନ କରିଥିଲେ। ଲକ ଡାଉନ ଯୋଗୁ ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତ ଦେଖିବାକୁ ମିଳିଛି ।

Comments are closed.